ଯବାନ ଙ୍କୁ ହତ୍ୟା କରିବା ପାକିସ୍ତାନ କୁ ପଡିବ ମହଙ୍ଗା :ଏକଘରକିଆ ହେବ ,ଏପଟେ ସବୁ ବାଣିଜିକ ସମ୍ବନ୍ଧ ତୁଟାଇଦେଲା ଭାରତ

ଯବାନ ଙ୍କ ରକ୍ତରେ ହୋଲି ଖେଳି ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାକିସ୍ତାନ କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିବ I ଯବାନ ଙ୍କ ବିସ୍ପୋରଣ କୁ ସାରା ବିଶ୍ୱରେ ତୀବ୍ର ନିନ୍ଦା କରାଯାଉଥିବା ବେଳେ ପାକିସ୍ତାନ କୁ ଉଚିତ ଶାସ୍ତି ଦେବାକୁ ଅଣ୍ଟା ଭିଡିଛି ଭାରତ ସରକାର I ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଇଶାରା ଦେଇସାରିଲେଣି I ପ୍ରତିଟି ରକ୍ତ ବିନ୍ଦୁର ପ୍ରତିଶୋଧ ନେବାକୁ ଦୃଢ ଶପଥ ମଧ୍ୟ ନେଇସାରିଲେଣି I ବ୍ୟର୍ଥ ଯିବନି ବଳିଦାନ I ତେବେ ଏନେଇ ପାକିସ୍ତାନ କୁ ଏକଘରକିଆ କରିବାକୁ ବିଦ୍ଧିବଦ୍ଧ ଯୋଜନା ସହିତ ପ୍ରୟାସ ଆରମ୍ଭ କରିସାରିଲାଣି ଭାରତ I

ବୈଦେଶିକ ସଚିବ ବିଜୟ ଗୋଖଲେ ଗତକାଲି ନୂଆଦିଲ୍ଲୀ ରେ ସମସ୍ତ ସାର୍କ ଦେଶ ଯଥା ଆମେରିକା , ଜାପାନ, ଜର୍ମାନୀ ଏବଂ କୋରିଆ ଙ୍କ ପ୍ରମୁଖ ପ୍ରତିନିଧି ଙ୍କ ସହିତ ଆଲୋଚନା କରିଛନ୍ତି Iସମସ୍ତ ଦେଶ ଏ ଘଟଣା କୁ ନିନ୍ଦା କରିବା ସହିତ ଭାରତ ସପକ୍ଷରେ ମତ ଦେଇଛନ୍ତି ,ଦରକାର ପଡିଲେ ଭାରତ ପାଇଁ ପାକିସ୍ତାନ ବିରୁଦ୍ଧରେ ରଣହୁଙ୍କାର ଦେବେ ବୋଲି କହିଛନ୍ତି I

ପାକିସ୍ତାନ ର ଏପରି ଆତଙ୍କବାଦୀ କୁ କୌଣସିମତେ ବି ବରଦାସ୍ତ କରାଯିବ ନାହିଁ I ତେବେ ଚର୍ଚା ଚାଲିଛି କି 44 ଯବାନ ଙ୍କ ବଳିଦାନ ପାକିସ୍ତାନ କୁ ବହୁତ ମହଙ୍ଗା ପଡିବ I

Leave a Reply

Your email address will not be published. Required fields are marked *