42ଯବାନ ସହିଦ ହେଇଯାଇଥିବା ବେଳେ ଗତକାଲି ପ୍ରମୁଖ ଖବରକାଗଜ ର ପ୍ରଥମପୃଷ୍ଠା ମଣ୍ଡନ କରିଥିଲା କାଳିଆ ବିଜ୍ଞାପନ

14ତାରିଖ ରେ ସାରା ଦେଶରେ ପ୍ରେମର ବାର୍ତ୍ତା ବାଂଟୁଥିବା ଭାରତରେ ସନ୍ଧ୍ୟା ସମୟରେ ଅକସ୍ମାତ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ଚାଲିଯାଇଥିଲେ 44ଜଣ ବୀର ଭାରତୀୟ ଯବାନ I ତଡ଼ିତ ବେଗରେ କୋଣ ଅନୁକୋଣ ରେ ଖବର ପହଂଚିଯିବା ପରେ ଶୋକ ସାଗରରେ ଭାସି ଉଠିଥିଲା ଭାରତ I ଗଣମାଧ୍ୟମ ଗୁଡିକ ଘନ ଘନ ଖବର ପ୍ରସାରଣ କରୁଥିଲେ ଶହୀଦ ଙ୍କ ଟିକିନିକି ଖବର Iକେବଳ ଜାତୀୟ ଚାନେଲ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚା ଚାଲିଥିଲା

I କିନ୍ତୁ 15 ଫେବୃଆରୀ 2019 ଅର୍ଥାତ ଶୁକ୍ରବାର ସକାଳର ତାଜା ଖବର ଥିଲା କାଳିଆ I ବଡ ବଡ ଅକ୍ଷର ରେ ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା କାଳିଆ I କୃଷି କଲେ ଉର୍ଣ୍ଣତ ସକଳ ଉର୍ନତି I ଯେଉଁଥିରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ସୁନ୍ଦର ଦଶଖତ ସହିତ ସ୍ମିତହାସ୍ୟ ଫଟ ରେ ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା କାଳିଆ ଯୋଜନାର ବିଜ୍ଞାପନ I

ଅଧିକାଂଶ ଖବର କାଗଜ ରେ ଦେଖିବାକୁ ମିଳିଥିଲା ଏହି ବିଜ୍ଞାପନ I ରାଜ୍ୟର ଏକ ନମ୍ବର ନିରପେକ୍ଷ ଖବର କାଗଜ ବୋଲାଉଥିବା ସମ୍ବାଦ ,ଧରିତ୍ରୀ ,ସମୟ ସମାଜ ,,ନୀତିଦିନ ,ସମୟ ଭଳି ପ୍ରମୁଖ ଖବର କାଗଜ ର ମୁଖ୍ୟ ଖବର ଥିଲା କାଳିଆ ବିଜ୍ଞାପନ ,ଯେଉଁଠି କି 44ଜଣ ଯବାନ ସହିଦ ହେଇଯାଇଥିଲେ ଏବଂ ଓଡିଶାରୁ ମଧ୍ୟ ଦୁଇଜଣ ଅଛନ୍ତି I

କିନ୍ତୁ ବିଜ୍ଞାପନ ଆଗରେ ଫିକା ପଡିଗଲା ଦେଶର ସହିଦ ହେଇଥିବା ଯବାନ ଙ୍କ ବଳିଦାନ I ତେବେ ଏକ୍ଷେତ୍ରରେ ପ୍ରମେୟ ନିଜର ନୈତିକତା କୁ ବଜାୟ ରଖି ପ୍ରଥମ ପୃଷ୍ଠାରେ ସହିଦ ଙ୍କ ଖବର ପ୍ରସାରଣ କରିଥିବାରୁ ସବୁ ମହଲରେ ପ୍ରସଂଶର ର ସୁଅ ପ୍ରମେୟକୁ ଛୁଟିବାରେ ଲାଗିଛି I କିନ୍ତୁ ଅନ୍ୟ ଖବରକାଗଜ ମାନଙ୍କ ଏପରି ଖବର ଏବଂ ବିଜ୍ଞାପନ କୁ ନେଇ ସବୁ ମହଲରୁ ଅସନ୍ତୋଷ ଦେଖାଯାଇଛି I ସୋସିଆଲ ମିଡିଆରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି I ଏପରିକି ଓୟୁଜେ ର ସଭାପତି ତଥା ବଳିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ନିଜର କ୍ଷୋଭ କୁ ସୋସିଆଲ ମିଡିଆରେ ଉପସ୍ଥାପନ କରି

ଲେଖିଛନ୍ତି କି ଆମ ଖବର କାଗଜ ମାନେ ଆଉ ଥରେ ଭାବିବା ଦରକାର ଯେ ଆଜିର ପ୍ରଥମ ପୃଷ୍ଠା କଣ ହେବା ଦରକାର କାଳିଆ ନ କାଶ୍ମୀର ରେ ସହିଦ ହେଇଥିବା ଯବାନ !!

Leave a Reply

Your email address will not be published. Required fields are marked *