ଆଖିରୁ ଲୁହ ପୋଛି ସହିଦ ସ୍ୱାମୀଙ୍କୁ ଶେଷ ସାଲ୍ୟୁଟ.ଦେଲେ ପତ୍ନୀ କହିଲେ ତୁମେ ମରିନାହଁ ଦେଶ ପାଇଁ ଆମର

ଆତଙ୍କବାଦୀଙ୍କ ଆକ୍ରମଣ ରେ ଚାଲିଯାଇଛନ୍ତି ଦେଶର 42ରୁ ଉର୍ଦ୍ଧ ଯବାନ I ସାରା ଦେଶରେ ଶୋକର ଛାୟା I ତେବେ କର୍ଣ୍ଣାଟକ ର ସହିଦ ଗୁରୁଙ୍କ ଘରେ ଦେଖିବାକୁ ମିଳିଛି ଏକ ଆଖି ଭିଜେଇଦେଲା ଭଳି ଦୃଶ୍ୟ I କର୍ଣ୍ଣାଟକର ସହିଦ ହେଇଥିବା ମାଣ୍ଡ୍ୟାର ଯବାନ ଏଚ ଗୁରୁ ପ୍ରାଥୀବ ଶରୀର ଗ୍ରାମରେ ପହଂଚିବା ପରେ ଚାରିଆଡେ ସହିଦ ଗୁରୁ ଆମର ରହେ ଧ୍ୱନି ରେ ପ୍ରକମ୍ପିତ ହେଉଥିଲା I ପତ୍ନୀ କଳାବତୀ ଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଉଥିଲା I କିନ୍ତୁ ସ୍ୱାମୀଙ୍କୁ ଶେଷ ବିଦାୟ ଦେବାକୁ ସ୍ତ୍ରୀ ନିଜ ଆଖିରୁ ଲୁହ ପୋଛି ଶେଷ ଶ୍ରଦ୍ଧାଞ୍ଜଳି,ଭାବରେ ସାଲ୍ୟୁଟ ମାରିଛନ୍ତି I

ଉପସ୍ଥିତ ଲୋକଙ୍କ ଆଖିରେ ଏହି ଦୃଶ୍ୟ ଲୁହ ଭରି ଦେଇଥିଲା I କେବଳ ଏତିକି ନୁହେଁ ସ୍ତ୍ରୀ କହିଛନ୍ତି ଯେ ତୁମେ କେଭେଁବି ମରିପାରିବନି ,ତମ ପ୍ରାଥୀବ ଶରୀର ସିନା ଅଚଳ ହେଇଯାଇଛି କିନ୍ତୁ ସାରା ଦେଶ ପାଇଁ ତୁମେ ଅମର ହେଇ ମନେ ରହିବ ଚିରକାଳ କୁ I ତୁମ ପାଇଁ ମୁଁ ଗର୍ବିତ I

Leave a Reply

Your email address will not be published. Required fields are marked *