ଏଥର ନିର୍ବାଚନ ର ଅନିୟମିତତା ଧରାଇବ ଆପ, ଅଭିଯୋଗ ର ୧୦୦ ମିନିଟ ରେ ହେବ କାର୍ଯ୍ୟନୁଷ୍ଠାନ

୨୦୧୯ ନିର୍ବାଚନ ପାଇଁ ଓଡ଼ିଶାର ପ୍ରସ୍ତୁତି ସମୀକ୍ଷା ପରେ ନିର୍ବାଚନ କମିଶନଙ୍କ ଟିମ୍ ଫେରିଛି।ଏହା ପୂର୍ବରୁ ନିର୍ବାଚନ କମିଶନର ଅଶୋକ ଲାଭାସା ନିର୍ବାଚନ ପ୍ରସ୍ତୁତି ନେଇ କହିଛନ୍ତି କି ଅବାଧ, ଚାପମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପଦକ୍ଷେପ ନିଆଯାଇଛି।ଅନିୟମିତତା,ଅପରାଧିକ,କାର୍ଯ୍ୟକଳାପ ଓ ସରକାରୀ କଳର ଅପବ୍ୟବହାର ରୋକିବାକୁ ସ୍ଵତନ୍ତ୍ର ମୋବାଇଲ ଆପ ଜରିଆରେ ଯେ କେହି ନିର୍ବାଚନ କମିଶନଙ୍କୁ ଜଣାଇପାରିବେ।ମୋବାଇଲ ଆପରେ ଫଟୋ ଓ ଭିଡିଓ ବି ଅପ୍ଲୋଡ଼ କରିପାରିବେ।

ଭିଯୋଗ କରିବାର ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ନେବେ କମିଶନ।ସରକାରୀ ଯୋଜନା ଆଳରେ ଭୋଟରଙ୍କୁ ଆକର୍ଷିତ କରିବା,ସରକାରୀ କଳର ଅପବ୍ୟବହାର,ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନଟ ଓ ଫଟୋ ବ୍ୟବହାର କରିବା,ନିର୍ବାଚନ ବେଳେ ଟଙ୍କା ନେଣ ଦେଣ ପାଇଁ ପେଟ୍ରୋଲ ପମ୍ପ,ଆମ୍ବୁଲାନ୍ସ,ଓ ପୋଲିସ ଭ୍ୟାନ ବ୍ୟବହାର ନେଇ ବିଭିନ୍ନ ଦଳ ଅଭିଯୋଗ ବାଢ଼ିଥିଲେ।ଶ୍ରୀ ଲାଭାସା କହିଥିଲେ,ଏଥର ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ ରଖିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ସହାୟତା ନିଆଯାଇଛି।ଏଥର ଜନତାଙ୍କ ପାଇଁ ୩ ଟି ଆଇଟି ଆପ୍ ର ବ୍ୟବହାର କରାଯିବ।ଅନିୟମିତ ରୋକିବାରେ ‘ ଇ- ଭିଜିଲ୍’ ଆପ୍ ଜନତାଙ୍କ ମୁଖ୍ୟ ଅସ୍ତ୍ର ସାଜିବ।ନିର୍ବାଚନ ତାରିଖ ଘୋଷଣା କ୍ଷଣି ଏହି ଆପ୍ ଲଞ୍ଚ କରାଯିବ

Leave a Reply

Your email address will not be published. Required fields are marked *