ବିଶ୍ୱରେ ବିରଳ ଏକ ସଙ୍ଗେ ୭ ସନ୍ତାନ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା,ସମସ୍ତେ ସୁସ୍ଥ

ମଣିଷ ସାଧାରଣତଃ ଗୋଟିଏ ସନ୍ତାନ ଜନ୍ମ ଦେଇଥାଏ ବେଳେବେଳେ ଯାଆଁଳା ବା ଦୁଇଟି ଶିଶୁ ଜନ୍ମ ହେବାର ନଜିର ଅଛି I କିନ୍ତୁ କେବେ ଭାବିଛନ୍ତି କି ଜଣେ ମହିଳା ଏକା ସଙ୍ଗରେ ଥରକେ ସାତୋଟି ଶିଶୁ ଜନ୍ମ ଦେବା ?କଣ ଆଜ୍ଞା ବିଶ୍ୱାସ କରିପାରୁନାହାନ୍ତି ନା ,କିନ୍ତୁ କଥାଟା ଏକଦମ ସତ I ଘଟଣାଟି ପୂର୍ବ ଇରାକର ଡିୟାଲି ପ୍ରୋଭିନ୍ସ ଅଞ୍ଚଳର I ହସ୍ପିଟାଲ ରେ ମହିଳା ଜଣଙ୍କ ଏକା ସାଙ୍ଗରେ ସାତୋଟି ଶିଶୁ ଜନ୍ମ ଦେଇଥିବା ବେଳେ ,ସାତୋଟି ସନ୍ତାନ ମଧ୍ୟରୁ ଗୋଟିଏ ପୁଅ ଏବଂ ଛଅଟି ଝିଅ ଅଟନ୍ତି Iତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମା ଏବଂ ସମସ୍ତ ଛୁଆ ସୁସ୍ଥ ଅଛନ୍ତି I ଏହା ସମଗ୍ର ପୃଥିବୀ ରେ ଏକ ବିରଳ ଘଟଣା I ଜଣେ ମହିଳା ସାତଟି ସନ୍ତାନ ଜନ୍ମ ଦେବା ଘଟଣା ସବୁଆଡେ ଚର୍ଚା ଧରିଛି I ସାତଟି ସନ୍ତାନ ଜନ୍ମ ଦେଇଥିବା ମହିଳା ଜଣଙ୍କ ବୟସ ମାତ୍ର 25ବର୍ଷ I

Leave a Reply

Your email address will not be published. Required fields are marked *