42ଯବାନ ଙ୍କ ରକ୍ତରେ ହୋଲି ଖେଳିଥିବା ମାଷ୍ଟରମାଇଣ୍ଡ ଅବଦୁଲ କୁ ଏନକାଉଣ୍ଟର କଲେ ଭାରତୀୟ ସେନା :ରସିଦ ଘାଜି ମୃତ

ସାରା ଭାରତରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରାଇଥିବା ଆତଙ୍କବାଦୀ ଜୈସ୍-ଏ-ମହମ୍ମଦ ସଂଘଠନ ର ମୁଖ୍ୟ ଅବଦୁଲ ରସିଦ ଘାଜି ଆଉ ନାହିଁ I ସାରା ଦେଶର ଲୋକଙ୍କ ଲୁହ ଏବଂ କ୍ରୋଧର ନିଆଁରେ ସେ ଜଳିଯାଇଛି I 42ରୁ ଉର୍ଧ ସହିଦ ଙ୍କ ରକ୍ତରେ ହୋଲି ଖେଳିଥିବା ମୁଖ୍ୟ କାର୍ପତଦାର କୁ ସେନା ବିସ୍ପୋରଣ କରି ଉଡାଇଦେଇଛନ୍ତି I ସୂଚନା ଅନୁଯାଇ ମାଷ୍ଟରମାଇଣ୍ଡ ଅବଦୁଲ ରସିଦ ଘାଜି ଏକ ବନ୍ଦ କୋଠରୀ ରେ ଲୁଚିଥିବା ବେଳେ ସେନାଙ୍କ କମ୍ବି ଅପରେସନ ରେ ତାର ଜୀବନ ଚାଲିଯାଇଛି I ଏନେଇ ବିଦ୍ଧିବଦ୍ଧ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ ଖବର ତୀବ୍ର ବେଗରେ ଖେଳି ସାରିଲାଣି I

ତେବେ ସବୁଠୁ ବଡ କଥା ଯେଉଁଠାରେ ବୀର ଯବାନ ସହିଦ ହେଇଥିଲେ ସେଇ ପାଖାପାଖି ମାତ୍ର 2କିଲୋମିଟର ରେ ଆତଙ୍କବାଦୀ ମୁଖ୍ୟ ରସିଦ କୁ ସେନା ମାନେ ଏନକାଉଣ୍ଟର କରି ମାରିଥିବା ଖବର ଏବେ ଗଣମାଧ୍ୟମ ରେ ବ୍ରେକିଙ୍ଗ ନିଉଜ ହେଇଚି I ତେବେ ରସିଦ ର ଶବ ଚିହ୍ନଟ ଯଦିଓ ହେଇନାହିଁ ଖୁବ ଶୀଘ୍ର ସରକାରୀ ଭାବେ ଘୋଷଣା କରାଯିବ I

Leave a Reply

Your email address will not be published. Required fields are marked *