RBI ଜାରି କଲା ନୋଟିସ୍: ଡାଉନଲୋଡ କରନ୍ତୁ ନାହିଁ ଏହି ଅାପ୍ କୁ,ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ଟଙ୍କା ଚାଲିଯିବ

ଡିଜିଟାଲ ବ୍ୟାଙ୍କିଙ୍ଗ ଏକ ନୂଆ ଜାଲିଆତି ସମ୍ପର୍କରେ ବ୍ୟାଙ୍କ୍ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍ ସତର୍କ କରାଇ ଦେଉଛି।ମୋବାଇଲ ଆପ ଜରିଆରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ସହଜରେ ଟଙ୍କା ନେଇଯିବାର ଆଶଙ୍କା ବ୍ୟକ୍ତ କରି ଏହି ସତର୍କ ସୂଚନା ଜାରି ହୋଇଛି।

ପ୍ରଯୁକ୍ତି କୁ ବ୍ୟବହାର କରି ଠକେଇ କରୁଥିବା ବ୍ୟକ୍ତିମାନେ ‘ ଏନିଡେକ୍ସ ‘ ନାମକ ଏକ ଆପ୍ ଡାଉନଲୋଡ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛି।ଏହାକୁ ବିଶ୍ୱାସ କରି ଜଣେ ବ୍ୟକ୍ତି ଆପ କୁ ନିଜ ମୋବାଇଲ କିମ୍ବା ଲାପଟପ୍ ଆଦିରେ ଡାଉନଲୋଡ କରିଲେ ସଂପୃକ୍ତ ଠକ୍ ହାତକୁ ମୋବାଇଲ ନିୟନ୍ତ୍ରଣ ଚାଲିଯାଉଛି।ଏହାପରେ ଗ୍ରାହକଙ୍କ ନିକଟକୁ ଆସୁଥିବା ସମସ୍ତ ଓଟିପି ବା ୱାନ ଟାଇମ୍ ପାସ୍ ୱାର୍ଡ ଠକ ହାତରେ ପଡିଯାଉଛି।ଯାହାକୁ ବ୍ୟବହାର କରି ସେମାନେ ଆକାଉଣ୍ଟ୍ ରୁ ପଇସା ଉଠାଉଥିଲେ।

Leave a Reply

Your email address will not be published. Required fields are marked *