କାଳିଆ ଛାତ୍ର ଯୋଜନା ରେ କିପରି ଆବେଦନ କରିବେ? ଜାଣନ୍ତୁ କାଳିଆ ଛାତ୍ର ଯୋଜନା ବିଷୟରେ ସବୁ ଖବର

ବର୍ତ୍ତମାନ ଆସିଛି କାଳିଆ ଛାତ୍ର ଯୋଜନା। ଏହି ଯୋଜନା ରେ କାଳିଆ ଯୋଜନା ରେ ଥିବା କୃଷକ ମାନଙ୍କ ପିଲାମାନଙ୍କୁ ମାଗଣା ରେ ଅଧିକ ଶିକ୍ଷା ଗ୍ରହଣ କରିବାକୁ ସୁଯୋଗ ମିଳିବ।
ତେବେ ଆପଣଙ୍କ ମନ ରେ ପ୍ରଶ୍ନ ଆସୁଥିବ ଯେ ଏହି କାଳିଆ ବୃତ୍ତି ରେ କିପରି ଆବେଦନ କରିବେ। ଏବଂ ଯେଉଁମାନେ ଏହି ଯୋଜନା ପାଇଁ ଆବେଦନ କରି ପାରିବେ।

କାଳିଆ ବୃତ୍ତି ରେ ଆବେଦନ କରିବାକୁ ହେଲେ କାଳିଆ ଯୋଜନା ର ୱେବ୍ ସାଇଟ୍ କୁ ଯାଇ କାଳିଆ ବୃତ୍ତି ରେ କ୍ଲିକ୍ କରିବାକୁ ପଡ଼ିବ। କିନ୍ତୁ ଟିକେ ଧ୍ୟାନ ଦେବେ ଯେହେତୁ ଏହି ଯୋଜନା ବର୍ତ୍ତମାନ ଆରମ୍ଭ ହୋଇଛି ଏବଂ ଏହା ଏକ ନୂଆ ଅପଡେଟ ହୋଇଥିବାରୁ ଏହା ସବୁ ମୋବାଇଲ ରେ ଓପେନ୍ ହେଉନାହିଁ। କିନ୍ତୁ ମନେ ରଖିବାକୁ ହେବ ଯେ ଯଦି ଆପଣଙ୍କ ନାମ କାଳିଆ ଯୋଜନା ଲିଷ୍ଟ ରେ ଆସିଛି ତେବେ ଆପଣ ଏହି ଯୋଜନା ର ଲାଭ ଉଠାଇ ପାରିବେ। ଯଦି ଆପଣଙ୍କ ନାମ ଲିଷ୍ଟ ରେ ନାହିଁ ତେବେ ଆପଣ ଏହି ସୁବିଧା ଉପଭୋଗ କରିପାରିବେ ନାହିଁ।
ଯେଉଁ ଛାତ୍ରାତ୍ରୀମାନେ ବୈଷୟିକ ଡିପ୍ଲୋମା ଭଳି ଶିକ୍ଷା ଗ୍ରହଣ କରୁଥିବେ ସେମାନେ ଏହି କାଳିଆ ଯୋଜନା ପାଇ ପାରିବେ।

ଯେଉଁଥିରେ ୧୧ ରୁ ଅଧିକ ବୈଷୟିକ ତଳି।,୧୦୦ ରୁ ଅଧିକ ଡିପ୍ଲୋମା ପାଠ୍ୟକ୍ରମ ପାଖାପାଖି ୧୪୬ ଟି ଶିକ୍ଷାନୁଷ୍ଠାନ ରେ ପ୍ରଦାନ କରାଯିବ। ସମସ୍ତ ସରକାରୀ ଆଇ ଟି ଆଇ, ପଲିଟେକନିକ୍, ବି – ଫର୍ମା, ନର୍ସିଂ ଭଳି ମୋଟ ୧୨ ଟି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଏହା ଲଗୁହେବ।ସେହିଭଳି ୧୩ ରୁ ଅଧିକ ବୃତ୍ତିଗତ ଶିକ୍ଷା ରାଜ୍ୟ ର ୩୦ ରୁ ଉର୍ଦ୍ଧ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମିଳିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଏମ୍.ବି.ବି. ଏସ୍, ବି ଫାର୍ମା, ବି.ଏସ.ସି ନର୍ସିଂ ଭଳି ୧୩ ଟି ପାଠ୍ୟକ୍ରମ ପାଇଁ କାଳିଆ ଛାତ୍ରବୃତ୍ତି ରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ କାଳିଆ ହେଲ୍ପ ଲାଇନ ୧୮୦୦୫୭୨୧୧୨୨ ନମ୍ୱର୍ ରେ କଲ୍ କରିପାରିବେ

Leave a Reply

Your email address will not be published. Required fields are marked *