ଝଙ୍କଟ ବାସିନୀ ମା ସାରଳାଙ୍କ ଆଶ୍ଚର୍ଯ୍ୟ ମହିମା

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ଝଙ୍କଟବାସିନୀ ମା ସାରଳା ଅନ୍ୟତମ I ସପ୍ତସତୀ ଚଣ୍ଡୀରେ ଯେଉଁ ମହା ସରସ୍ବତୀ,ମହା ଲକ୍ଷ୍ମୀ ,ମହା କାଳୀଙ୍କୁ ବର୍ଣନା କରାଯାଇଛି ସେହି ତ୍ରିଶକ୍ତିର ଅପୂର୍ବ ସମାହାର ହେଉଛନ୍ତି ସାରଳା I ମା ଏକଧାରାରେ ସରଳ ବୈଷ୍ଣବୀ ଓ ନିତ୍ୟାଚଣ୍ଡୀ ଅଟନ୍ତି I ମାଙ୍କ ସହିତ ଶୈବ ଏବଂ ବୈଷ୍ଣବ ସଂପୃକ୍ତି ବହୁକାଳରୁ ରହିଆସିଛନ୍ତି I ମା ଶାରଳାଙ୍କୁ ବାଗ୍ ଦେବୀ ଓ ସରସ୍ବତୀ ଭାବେ ଆଖ୍ୟା ଦିଆଯାଇଥାଏ I ମାଙ୍କର ଜିଭ ଭୂପତିତ ହୋଇଥିବାରୁ ତାଙ୍କୁ ବାଗଦେବୀ କୁହାଯାଏ I ଆଦିକବି ସାରଳା ଦାସ ମା ସାରଳାଙ୍କ କୃପା ଲାଭ କରି ମହାଭାରତ ରଚିବାରେ ସମର୍ଥନ ହୋଇଥିଲେ

I ଦେବୀଙ୍କ ଦକ୍ଷିଣ ପାଦ ସିଙ୍ଗ ଉପରେ ଶୋଭା ପାଉଛି ଦକ୍ଷିଣ ହସ୍ତ ମାନଙ୍କରେ ଖଣ୍ଡା ,ପୁସ୍ତକ ,ଶୁଆ ଧାରଣ କରିଛନ୍ତି ସେଥିରେ ମହିଷାସୁର ବାଧା କରିଥିଲେ I ବାମ ହାତ ମାନଙ୍କରେ ଢାଲ ,ଘଣ୍ଟି ବୀଣା ଓ ଶେଷ ହାତରେ ମହିଷାସୁରର ମୁଣ୍ଡ ଧାରଣା କରିଛନ୍ତି I

ବୀଣା ଓ ପୁସ୍ତକ ଧାରଣା କରି ମା ସରସ୍ବତୀ ଏବଂ ଖଣ୍ଡା ଓ ଢାଲ ଧାରଣା କରି ମା କାଳୀ ହୋଇଛନ୍ତି ଖଣ୍ଡା ଏବଂ ଧନୁ ମା ଲକ୍ଷ୍ମୀଙ୍କର ଆଇଧ ହୋଇଥିବାରୁ ତାଙ୍କୁ ଲକ୍ଷ୍ମୀ କୁହାଯାଏ I ତୁଳସୀ ଓ ବେଲପତ୍ର ଏକ ସମୟରେ ମା ସାରଳାଙ୍କ ପୂଜାରେ ଅର୍ପଣ କରାଯାଉଥିବାରୁ ତାଙ୍କୁ ପରମବୈଷ୍ଣବୀ କୁହାଯାଏ I

ମାଙ୍କୁ ସର୍ବ ପ୍ରଥମେ ଶୁଖିଲା ଭୋଗ ଲଗାଯାଉଥିବାବେଳେ ପ୍ରତେକ କୃଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷ ସନ୍ଧ୍ୟାରେ ମାଙ୍କୁ ଜଗନାଥ ବେଶରେ ସଜ୍ଜିତ କରାଯାଏ ସେହିପରି ଉଭୟ ସପ୍ତ ଏବଂ ବୈଷ୍ଣବ ଧର୍ମ ସ୍ଥଳ ଭାବରେ ଝଙ୍କଟ ପିଠ ଭାବରେ ଗ୍ରହଣ କରାଯାଇଛି I

Leave a Reply

Your email address will not be published. Required fields are marked *