ଓଡିଶା ଆସୁଛନ୍ତି ଯୋଗୀ

ପାଖେଇ ଆସୁଛି ନିର୍ବାଚନ I ସମସ୍ତଙ୍କ ନଜର ଏବେ ଓଡିଶା ଉପରେ ରହିଛି Iଓଡ଼ିଶାରେ ନିଜର କ୍ଷମତା ଦଖଲ କରିବାକୁ ବିଜେପି ମଧ୍ୟ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛି I ଦଳର ମୁଖିଆ ମାନେ ବାରମ୍ବାର ଓଡିଶା ଆସି ପ୍ରଚାର କରୁଛନ୍ତି Iନିକଟରେ ରାଜନାଥ ଆସି ଫେରିଯାଇଥିବା ବେଳେ ଏବେ ଆସୁଛନ୍ତି ସବୁଠାରୁ ଲୋକପ୍ରିୟ ତଥା ବିଜେପି ଷ୍ଟାର ପ୍ରଚାରକ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ଓଡ଼ିଶାରେ ପହଞ୍ଚି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କୁ ପୂଜା କରିବା ପରେ ଭବାନୀପଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ,ଏବଂ ପରେ ଖୋର୍ଦ୍ଧାର ନାଚୁଣିଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବେ I ରାଜ୍ୟରେ ଥିବା ବିଜେଡି ସରକାର ଏବଂ କଂଗ୍ରେସ କୁ ଯୋଗୀ ଟାର୍ଗେଟ କରି ବର୍ଷୀପାରନ୍ତି ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *