କଳିଯୁଗରେ ସଫଳ କେମିତି ହେବେ ନିହାତି ପଢନ୍ତୁ ଥରେ ଚାଣକ୍ୟ ଙ୍କ ଏହି ନୀତିବାଣୀ

କଳିଯୁଗରେ ସଫଳ ହେବାର କିଛି ମନ୍ତ୍ର I ଅନ୍ୟର ଭୁଲୁରୁ ଶିଖନ୍ତୁ , ନିଜ ଉପରେ ପ୍ରୟୋଗ କରି ଶିଖିବା ଦ୍ୱାରା ଆପଣଙ୍କର ଆୟୁ କମ ପଡିଯିବ Iକୁହାଯାଏ ସଚୋଟ ହେବା ଉଚିତ କିନ୍ତୁ କଳିଯୁଗରେ ଏତେ ବି ଆପଣ ସଚୋଟ ହୁଅନ୍ତୁ ନାହିଁକି ନିଜେ ଅନ୍ୟର ଠକାମିର ଶିକାର ହେବେ I କୌଣସି ବ୍ୟକ୍ତିକୁ ଏତେ ଇମାନଦାର ହେବା ଉଚିତ ନୁହେ କାରଣ ସିଧା ଗଛ ଆଉ ବ୍ୟକ୍ତିକୁ ପ୍ରଥମେ କାଟି ଦିଅନ୍ତି I ପ୍ରତି ମିତ୍ରତା ପଛରେ କିଛି ସ୍ୱାର୍ଥ ନିଶ୍ଚୟ ରହିଥାଏ ଏହା ବିଲ୍କୁଲ ସତ୍ୟ ଅଟେ I କୌଣସି କାମ ଆରମ୍ଭ କରିବା ପୂର୍ବରୁ ନିଜେ ନିଜକୁ ତିନଟି ପ୍ରଶ୍ନ ପଚାରନ୍ତୁ I ଏହା କଣ ପାଇଁ କରିବି , ଏହାର ପରିଣାମ କଣ ହେବ , କଣ ମୁ ସଫଳ ହେବି , ଭୟକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ ଯଦି ପାଖକୁ ଆସିଯାଏ ତାହାପରେ ହାମଲା କରିଦିଅନ୍ତୁ I କର୍ମ କରି ଚାଲ, ପରିଣାମକୁ ଡର ନାହିଁ I

ସୁଗନ୍ଧର ପ୍ରଭାବ ପବନ ଦିଗରେ ହୋଇଥାଏ ,କିନ୍ତୁ ଭଲ ଗୁଣର ପ୍ରଶଂସା ପ୍ରତେକ ଦିଗରେ ହୋଇଥାଏ I ଈଶ୍ୱର ଚିତ୍ରରେ ନୁହଁ ଚରିତ୍ରରେ ରହିଥାନ୍ତି ,ଆପଣଙ୍କ ଆତ୍ମାକୁ ମନ୍ଦିର କରନ୍ତୁ କାରଣ ଆତ୍ମାରେ ପରମାତ୍ମା ରହିଥାନ୍ତି I ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତିର ପୁତ୍ର ତା ନିୟନ୍ତ୍ରଣରେ ରହିଥାଏ , ଯାହାର ସ୍ତ୍ରୀ ଆଂଜ୍ଞା ଅନୁସାରେ ଆଚରଣ କରିଥାଏ , ଆଉ ଯେଉଁ ବ୍ୟକ୍ତି ନିଜେ ରୋଜଗାର କରିଥିବା ଧନରେ ସର୍ବଦା ଖୁସି ରହେ ,ସେହି ବ୍ୟକ୍ତି ପାଇଁ ଏଇ ସଂସାରଟି ସ୍ୱର୍ଗ ସହିତ ସମାନ ହୋଇଥାଏ

I ଚାଣକ୍ୟ ନୀତି ଅନୁସାରେ ,ଯେଉଁ ସ୍ତ୍ରୀ ସୁଖୀ ଅଟେ , ଯାହାର ସନ୍ତାନ ଆଂଜ୍ଞାର ପାଳନ କରିଥାଏ , ବାପାଙ୍କର କର୍ତବ୍ୟ ରହିଥାଇକି ପୁତ୍ରର ପାଳନ ପୋଷଣ ଭଲରେ କରିବା I ଏଇ ଭଳି ଏମିତି ଏକ ବ୍ୟକ୍ତିକୁ ମିତ୍ର କରିହେବ ନାହିଁ ଯାହା ଉପରେ ବିଶ୍ୱାସ କରିହେବ ନାହିଁ , ଆଉ ଏମିତି ସ୍ତ୍ରୀର ଲାଭ ନାହିଁ ଯାହାଦ୍ୱାରା ଘରେ କୌଣସି ପ୍ରକାରର ଖୁସି ମିଳିନଥାଏ I ଯେଉଁ ସାଙ୍ଗ ଆପଙ୍କ ସାମ୍ନାରେ ସଫା ସୁତୁରା କଥା କହିଥାଏ , ଆଉ ପିଠି ପଛରେ ଆପଣଙ୍କ ସାମ୍ନାରେ ବାଧା ଦେଇଥାଏ ,ତାକୁ ତ୍ୟାଗ କରିଦେବାହିଁ ଭଲ ହୋଇଥାଏ I

ଚାଣକ୍ୟ କୁହନ୍ତିକି ସେ ସେହି ବାସନ ସହିତ ସମାନ ହୋଇଥାଏ ଯାହାର ଉପରି ଭାଗରେ କ୍ଷୀର ରହିଥାଏ କିନ୍ତୁ ଭୀତର ଭାଗରେ ବିଷ ରହିଥାଏ I ଯେଉଁ ପ୍ରକାର ସ୍ତ୍ରୀର ବିୟୋଗରେ ଦୁଃଖ ,ନିଜ ଭାଇ-ବନ୍ଧୁଙ୍କ ଠାରୁ ମିଳିଥିବା ଅପମାନର ଦୁଃଖ , କଣ୍ଟାଭଳି କାଟିଥାଏ ,ସେହିଭଳି ଉଧାର ନେଇଥିବା ବ୍ୟକ୍ତିର ଦୁଃଖ କଣ୍ଟା ଭଳି କଟିଥାଏ I ବ୍ରହ୍ମଣଙ୍କର ବଳ ବିଦ୍ୟା ଅଟେ , ସେହିଭଳି ରାଜାଙ୍କର ବଳ ସନ୍ୟ ଅଟେ ଶୁଦ୍ରର ଵଲ ଅନ୍ୟର ସେବାକରିବା ଅଟେ, ଆଉ ବ୍ୟବସାୟୀର ବଳ ଧନ ସମ୍ପତି ହୋଇଥାଏ I ଚାଣକ୍ୟ କହିବା ଅନୂସାରେ ମୂର୍ଖ ସହିତ ଯୌବନବି ଦୁଃଖଦାୟକ ହୋଇଥାଏ କାରଣ ଯୌବନ ଅବସ୍ଥାରେ ବ୍ୟକ୍ତି କାମାବାସନରେ ପଡି କିଛିବି ମୁର୍ଖତା କରିପାରେ

I ଚାଣକ୍ୟ କୁହନ୍ତି ପିଲାବେଳେ ସନ୍ତାନକୁ ଯୌଭଳି ଶିକ୍ଷା ଦିଆଯାଏ ,ତାହାର ବିକାଶ ସେହିଭଳି ହୋଇଥାଏ I ଏଥିପାଇଁ ବାପା -ମାଙ୍କ କର୍ତବ୍ୟ ଅଟକି ,ସେମାନେ ନିଜ ସନ୍ତାନକୁ ଏମିତି ମାର୍ଗରେ ନିଅନ୍ତୁ ,ଯେଉଁଥିରେ ତା ଭିତରେ ଉତ୍ତମ ଚରିତ୍ରର ବିକାଶ ହେବ ଚତୁର ବ୍ୟକ୍ତି ଦ୍ଵାରାହିଁ କୁଳର ଶୋଭା ବଢିଥାଏ I ସେହି ବାପା -ମା ନିଜର ସନ୍ତାନର ଶତ୍ରୁ ସହ ସମାନ ହୋଇଥାନ୍ତି ଯେଉଁମାନେ ନିଜ ପିଲାକୁ ଭଲ ଶିକ୍ଷା ଦିଅନ୍ତି ନାହିଁ I

ଶିକ୍ଷା ବିହୀନ ମନୁଷ୍ୟ ବିନା ଲାଞ୍ଜ ଥିବା ପଶୁ ସହ ସମାନ ହୋଇଥାନ୍ତି ଏଥିପାଇଁ ବାପା-ମା ଙ୍କର କର୍ତବ୍ୟ ଅଟକି ଯେ ସେ ପିଲାଙ୍କୁ ଏମିତି ଶିକ୍ଷା ଦେବା ଦରକାର ସେ ସମାଜ ପାଇଁ ବରଦାନ ହୋଇପାରିବେ I ଚାଣକ୍ୟ କୁହନ୍ତି ଅଧିକ ସ୍ନେହ ମମତା କରିବା ଦ୍ୱାରା ନିଜ ସନ୍ତାନର ଅନେକ ପ୍ରକାର ଦୋଷ ଆସିପାରେ I ସେଥିପାଇଁ ଯଦି ସେ ଭୁଲ କାମ କରିଥାଏ ,ତାର ଭୁଲକୁ ନଦେଖାକରି ଓଲଟା ସ୍ନେହ ମମତା କରିବା ଉଚିତ ନୁହେ I ଯେଉଁବ୍ୟକ୍ତି ଭଲ ମିତ୍ର ନୁହନ୍ତି ତା ଉପରେ ବିଶ୍ୱାସ କରିବା ଉଚିତ ନୁହେ I ଚାଣକ୍ୟ କୁହନ୍ତି ସାଙ୍ଗ-ସାଥି ନିଜର ବରାବର ବ୍ୟକ୍ତି ସହ କରିବା ଉଚିତ ବରାବର ଅର୍ଥ ସମାନ ,ପ୍ରତିଷ୍ଠା ,ଧନ ,ଜ୍ଞାନ ଆଉ ବିଚାରର ଲୋକ ସହ କରିବା ଉଚିତ I

Leave a Reply

Your email address will not be published. Required fields are marked *