ରାଜଧାନୀରେ ପଶିଛି କଲରାପତରିଆ ବାଘ:ସହରରେ ଭୟର ବାତାବରଣ

ରାଜଧାନୀରେ ପଶିଛି କଲରାପତରିଆ ବାଘ।ଏଭଳି ଖବର ପ୍ରସାରିତ ହେବା ପରେ ସମଗ୍ର ସହରରେ ଭୟର ବାତାବରଣ ଖେଳିଯାଇଛି।ରବିବାର ରାତି ପ୍ରାୟ ୧୧ ଟା ରେ ସହରର ପଳାଶ ପଲ୍ଲୀ ଅଞ୍ଚଳର ଏକ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିଲା।

ଆଉ ଏହାର ୩୦ ଘଣ୍ଟା ପରେ ଅର୍ଥାତ୍ ମଙ୍ଗଳବାର ଭୋର୍ ୪:୪୦ ରେ ବିମାନବନ୍ଦର ରେ ନିୟୋଜିତ ହୋଇଥିବା ସିଆର୍ ଏସ ଏଫ୍ ସୁରକ୍ଷା କର୍ମୀମାନେ ବାଘକୁ ଦେଖିବାକୁ ପାଇଥିଲେ।ବାଘଟି ବିମାନବନ୍ଦର ଭିତରୁ ପାଚେରୀ ଡେଇଁ ବାହାରେ ଥିବା ଜଙ୍ଗଲକୁ ଆସୁଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ।ଏନେଇ ବନ ବିଭାଗକୁ ଖବର ଦେବା ପରେ ସକାଳ ଠାରୁ ଆରମ୍ଭ ହୋଇଛି ‘ ଅପରେସନ ଟାଇଗର ‘ ।

ମଙ୍ଗଳବାର ଭୋର ୬ ଟା ରୁ ରାତି ପର୍ଯ୍ୟନ୍ତ ଭୁବନେଶ୍ୱର ସିଟି ଡିଭିଜନ ,ଚନ୍ଦକା ବନ୍ୟପ୍ରାଣୀ ଡ଼ିଭିଜନ,ନନ୍ଦନକାନନ ଟିମ୍ ଆଦି ବିମାନବନ୍ଦର କୁ ଲାଗି ରହିଥିବା ଜଙ୍ଗଲରେ ବାଘ ଖୋଜିବା ଜାରି ରଖିଛନ୍ତି।ରାତିରେ ଘରୁ ନ ବାହାରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

Leave a Reply

Your email address will not be published. Required fields are marked *