ସହିଦ ପିତାଙ୍କ ମରଶରୀର ଦେଖି ପାଞ୍ଚବର୍ଷର ଛୋଟଛୁଆ କହିଲା ମତେ ବନ୍ଧୁକ ଦିଅ ମୁ ପାକିସ୍ତାନ କୁ ଧ୍ବଂସ କରିଦେବି

ଚୌଦ ଫେବୃଆରୀରେ ପୁଲୱାମାରେ ଆତଙ୍କବାଦୀ ହାମଲାରେ ସି.ଆର .ପି .ଏଫ ର ଚାଳିଶିରୁ ଅଧିକ ଯବାନ ସହିଦ ହୋଇଛନ୍ତି I ପୁରା ଦେଶ ଯବାନକୁ ଆହ୍ବାନ ଜଣାଇ ଶୋକ ପାଳନ କରୁଛି I ଏଇ ହାମଲା ସେତେବେଳେ ହେଲା ଯେତେବେଳେ ଗାଡି ରାସ୍ତାରେ ଯାଉଥିଲା I ଏଇ ହାମଲା ପରେ ସାରା ଦେଶ ପାକିସ୍ତାନକୁ ନିନ୍ଦା କଲା ଓ ହାମଲାକୁ ଯମେଇକି ବିରୋଧ କଲେ I ସାଧାରଣ ଜନତାଠୁ ଆରମ୍ଭ କରି ବଲୀଉଡୁ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ତରିକାରେ ନିଜର ରାଗର ରାୟ ଦେଲେ I ସହିଦ ଯବାନ ଭିତରେ ରାଜସ୍ଥାନର ପାଂଚ ଜଣ ଥିଲେ I କୋଟା ଜିଲାର କଲା ଗାଁର ହିମରାଜ ମିଣ ସି .ଆର .ପି .ଏଫର 61 ବାଟାଲିୟନ ଥିଲେ I ସେ ଅଠର ବର୍ଷରୁ ଚାକିରୀ କରିଥିଲେ

I ତାଙ୍କର ଅନ୍ତିମ ସତ୍କାର ତାଙ୍କ ଗାଁ ଗୋବିନ୍ଦ କଳାରେ କରାଗଲା ତାଙ୍କ ବଡ ପୁଅ ଅଜୟ ତାଙ୍କୁ ମୁଖାଗ୍ନି ଦେଇଥିଲେ ସେଠି ତାଙ୍କର ପାଞ୍ଚବର୍ଷର ପୁଅ ଭାରତ ମାତାକି ଜୟ କହି ସମସ୍ତଙ୍କୁ କନ୍ଦେଇଦେଲା I ମୃତ ଶରୀରକୁ ନେଇ ପୋତିଲେ ସେଠି ଥିବା ପାଞ୍ଚବର୍ଷର ପୁଅ ଖୁବ କାନ୍ଦିଲା ଓ ଭାରତ ମାତାକି ଜୟ କହିବାକୁ ଲାଗିଲା Iଛୋଟ ବୟସରେ ବଡ କାମ :ହିମରାଜର ଅନ୍ତିମ ସତ୍କାର ସମୟରେ ଭାରତ ମାତାକି ଜୟ କହି ପାକିସ୍ତାନର ବିରୋଧରେ କହୁଥିଲେ ହଟାସତ ବାହାଦୂର ପୁଅ ବି ପାକିସ୍ତାନ ବିରୋଧରେ କହିବାକୁ ଲାଗିଲା I ସେ ମୁଣ୍ଡକୁ ଉପରକୁ ଠିଆ ହେଲା ଓ କହିଲା ପାକିସ୍ତାନ ମୁର୍ଦାବାଦ ଏ କଥା ତାକୁ ଜଣା ନଥିଲାକି ତା ବାପା ଆଉ କେବେ ଘରକୁ ଆସିବେନି I

ହିମରାଜର ବଡ ପୁଅ ଅଜୟ ଓ ସାନ ପୁଅ ଖ୍ରୁସଭ ତାଙ୍କୁ ମୁଖାଗ୍ନି ଦେଲେ I ପାଞ୍ଚବର୍ଷର ପୁଅ କହିଲା ମତେ ବନ୍ଧୁକ ଦିଅ ମୁ ଆତଙ୍କବାଦୀକୁ ଛାଡିବିନି ବଡ ପୁଅ ଅଜୟ କହିଲା ମତେ ମୋ ବାପାଙ୍କ ସହିଦ ପାଇଁ ଗର୍ବ ଅନୁଭବ କରୁଛି I ସିଏ ଯେତେବେଳେ ଘରକୁଆସି ଦେଖେ ଲୋକଙ୍କ କାନ୍ଦ ଦେଖି କହିଲା ମୁ ପୋଲିସରେ ଯିବି ,ଆତଙ୍କବାଦିକୁ ବନ୍ଧୁକରେ ମାରିବି ମତେ ବନ୍ଧୁକ ଦିଅ ଆତଙ୍କବାଦୀକୁ ଛାଡ଼ିବି ନାହିଁ I

ବଡ ଭାଇ ରାମବିଳାଶ କହିଲେଯେ ଯେତେବେଳେ ହିମରାଜ ନାଗପୁରରେ ଟ୍ରେନିଙ୍ଗିରୁ ଫେରୁଥିଲେ ସୋମବାରରେ କିଛିସମୟ ପାଇଁ ଘରକୁ ଆସିଥିଲେ ବୁଧବାର ଦିନ ଜମ୍ମୁକାଶ୍ମୀରରେ ପହଂଚିଛନ୍ତି ଦିପହରବେଳକୁ ସହିଦ ଖବର ଆସିଲା I ଯିବାସମୟରେ ସ୍ତ୍ରୀଙ୍କୁ କଥାଦେଇଥିଲେକି 20 ଦିନ ପରେ ଫେରିଆସିବେ I ଫେରିଆସିବାପରେ ପରିବାର ସହ ବୁଲିଯିବାକୁ କହିଥିଲେ Iକିନ୍ତୁ ସବୁ କଥା ଅଧାରେ ରଖି ଚାଲିଗଲେ I

Leave a Reply

Your email address will not be published. Required fields are marked *