ସିଦ୍ଧୁଙ୍କୁ ସମର୍ଥନ କରିବା କପିଲ୍ ଙ୍କୁ ପଡିବ ମହଙ୍ଗା :କପିଳ ଶର୍ମା ଶୋ ରୁ ବିଦା ହେଇପାରନ୍ତି ନିଜେ କପିଳ

କ୍ରିକେଟର ରୁ ରାଜନେତା ପାଲଟିଥିବା ନବଜୋତ୍ ସିଂହ ସିଦ୍ଧୁ ପୁଲୱାମା ଆତ୍ମଘାତୀ ଆକ୍ରମଣ କରିବା ପରେ ପାକିସ୍ଥାନକୁ ସମର୍ଥନ କରି ଯେଭଳି ବୟାନ ରଖିଥିଲେ ଏଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆ ରେ କଡ଼ା ସମାଲୋଚନା ର ଶିକାର ହେବାକୁ ପଡ଼ିଥିଲା। ବିଭିନ୍ନ ମହଲରୁ ପ୍ରବଳ ଚାପ ଯୋଗୁ ସୋନି ଟିଭି ତାଙ୍କୁ ‘ କପିଲ୍ ଶର୍ମା ‘ ଶୋ ରୁ ହଟାଇ ଦେଇଥିଲା। ଏବେ କପିଲ୍ ଶର୍ମା ସିଦ୍ଧୁଙ୍କ ସମର୍ଥନରେ ବୟାନ ଦେବାରୁ ତାଙ୍କ ବିରୋଧରେ ମଧ୍ୟ ମିଡିଆରେ ଝଡ଼ ଉଠିଛି। ସିଦ୍ଧୁଙ୍କୁ ଶୋ ରୁ ବାଦ୍ ଦେବା ସମାଧାନର ରାସ୍ତା ନୁହେଁ ବୋଲି କପିଲ୍ ଶର୍ମା ଚଣ୍ଡୀଗଡ଼ ରେ ଏକ କାର୍ଯ୍ୟକ୍ରମ ରେ କହିବା ପରେ ଫେସବୁକ୍ ଏବଂ ଟୁଇଟର ରେ କପିଲଙ୍କ ଶୋ କୁ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଇଛି।

କପିଲ୍ ଶର୍ମା କୁ ବର୍ଜନ କରିବା ପାଇଁ ସୋନି ଟିଭି କୁ ମଧ୍ୟ ବର୍ଜନ କରିବା ପାଇଁ ହଜାର ହଜାର ଟୁଇଟର ବ୍ୟବହାରକାରୀ ସେମାନଙ୍କ ମତ ରଖିଛନ୍ତି।ତେବେ ଅନ୍ୟ ଏକ ରିପୋର୍ଟ ରୁ ଜଣା ପଡ଼ିଛି ଯେ ସିଦ୍ଧୁଙ୍କୁ ଶୋ ରୁ ବାଦ୍ ଦିଆଯାଇନାହିଁ ଏବଂ ସେ ବ୍ୟସ୍ଥ ରହୁଥିବାରୁ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୁରନ ସିଂହ ଙ୍କୁ ଅଣା ଯାଇଛି।

Leave a Reply

Your email address will not be published. Required fields are marked *