ପାକିସ୍ତାନରେ ଟମାଟୋ କେଜି 200 ,କ୍ଷତି ସହି 4ଟଙ୍କାରେ ବିକିଲେ ପଛେ ଦେଲେନି

42ବୀର ଯବାନ ଙ୍କୁ ଆକ୍ରମଣ ପରେ ସାରା ଭାରତରେ ପାକିସ୍ତାନ ବିରୋଧରେ ନାରା ଲାଗିଥିବା ବେଳେ ସମସ୍ତେ ଚାଁହୁଛନ୍ତି ପ୍ରତିଶୋଧ I ତେବେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମଧ୍ୟପ୍ରଦେଶର ଝାବୁଆ ଅଞ୍ଚଳର ଚାଷୀମାନେ ପାକିସ୍ତାନ କୁ ଟମାଟୋ ଦେବାକୁ ମନା କରିଦେଇଥିଲେ I ଏହି ଅଞ୍ଚଳରୁ କେଜି 40ଟଙ୍କା ଦରରେ ପାକିସ୍ତାନ କୁ ରପ୍ତାନି ହେଇଥାଏ I ପ୍ରତିଦିନ 100 ଟ୍ରକ ରୁ ଉର୍ଧ ଟମାଟୋ ମଧ୍ୟପ୍ରଦେଶର ଝାବୁଆ ରୁ ପଠାଯାଇଥାଏ I ଏହି ଟମାଟୋ ଉପରେ ପାକିସ୍ତାନ ନିର୍ଭର କରିଥାଏ I ତେବେ ପାକିସ୍ତାନ ଉପରେ ରାଗିକି ଟମାଟୋ ପଠାଉନାହାନ୍ତି ଚାଷୀ ମାନେ I

ଯେଉଁଥିପାଇଁ ଭାରତରେ ଏବେ ଟମାଟୋ ଦର 4/5 ଟଙ୍କା ରହିଛି I ତେବେ ଏତେବଡ କ୍ଷତି ସହିବାକୁ ଚାଷୀମାନେ ରାଜି ଅଛନ୍ତି ,ଚାଷୀଙ୍କ କହିବାନୁଯାୟୀ ଆମେ କ୍ଷତି ସହିବୁ ପଛେ ପାକିସ୍ତାନ ଭଳି ଦେଶ ଯିଏକି ଆମ ଯବାନ ଙ୍କୁ ମାରିଚି ତାଙ୍କୁ ଟମାଟୋ ଦେବୁନି I ପାକିସ୍ତାନ ରେ ଟମାଟୋ ର ଆକାଶ ଛୁଆଁ ଦର ପରେ ଏବେ ଚାଷୀମାନେ ବହୁତ ଖୁଶି ଅଛନ୍ତି ଏବଂ ଆଗକୁ ମଧ୍ୟ ଟମାଟୋ ନପଠାଇବାକୁ ଚେତାବନୀ ଦେଇଛନ୍ତି I

Leave a Reply

Your email address will not be published. Required fields are marked *