କଟକରୁ ଯାଇ ପାକିସ୍ତାନ ରେ ଚର୍ଚ୍ଚା ହେଲାଣି ନବୀନ ବାବୁ ଚୁପ କାହିଁକି ? ଓଡିଶା ର ନାମ ପାକିସ୍ତାନ ରେ ବ୍ରେକିଙ୍ଗ ନିଉଜ ହେଲା ଆପନ ମାନେ ଖୁସି ତୋ ??

ଚର୍ଚା ଚାଲିଛି ଯେ ନବୀନ ବାବୁ ବଦଳିଗଲେଣି ,ହଁ ଆଜ୍ଞା ଆମକୁ ବି ସେମିତି ଲାଗୁଚି ସାହେବ ବୋଧେ ବଦଳି ଗଲେଣି I ନଚେତ ଏତେବେଳ ଯାଏଁ କଣ କଥା ରହିଥାନ୍ତା ?ଦଳରୁ ଚୋଟେ ଖାଇସାରନ୍ତେଣି ସାମନ୍ତରାୟ ବାବୁ I ଓଡିଶା କଥା ଯାଇ ଏବେ ପାକିସ୍ତାନ ରେ ମୁଖ୍ୟ ଖବର I ବିଧାୟକ ଙ୍କ ଏତେବଡ କରିତକର୍ମା କାର୍ଯ୍ୟ ଯଥା ସହିଦ ଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣା ଏବେ ଜାତୀୟ ଗଣମାଧ୍ୟମ ରେ ଚର୍ଚା ହେବାପରେ ସତୃଦେଶ ପାକିସ୍ତାନ ମଧ୍ୟ ଏହାକୁ ନିନ୍ଦା କରିବାରେ ଲାଗିଲାଣି I

ସହିଦ ଙ୍କ ପ୍ରତି ଏତେବଡ ଅସମ୍ମାନ ପରେ ଯଦିଓ ମୁଖପାତ୍ର ସସ୍ମିତ ପାତ୍ର ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରିଥିଲେ ତଥାପି ଶେଷରେ ବାଧ୍ୟ ହେଇ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ୱୀକାର କରି ଭୁଲ ମାଗିଥିଲେ I ଫଳରେ ପରିସ୍ଥିତି ଟିକେ ଥଣ୍ଡା ପଡିବା ବେଳକୁ ଏବେ ପୁଣି ପାକିସ୍ତାନ ଗଣମାଧ୍ୟମ ରେ ଓଡିଶା ବିଧାୟକ ଙ୍କୁ ନେଇ ଚର୍ଚା I କଥାରେ ଅଛି ମନ୍ଦିର ତୋଳିଲେ ନା ଆସେ ,ବାଟରେ ଝାଡା ଫେରିଲେ ବି, ନା ପଡେ I ତେଣୁ ବିଧାୟକ ମହୋଦୟ କୋଉ ବଡ କି ମହତ କାମ ନୁହେଁ ସହିଦ ଓଡ଼ିଆଙ୍କ ଦାଦାଙ୍କୁ ତଣ୍ଟିଆ ମାରି ବିଦେଶରେ ଓଡ଼ିଶାର ନାଁ ବଦନାମ କରିଛନ୍ତି I

ତେବେ କଥା ଉଠୁଛି ଏତେ ବଡ ଘଟଣା ପରେ ଦଳୀୟ ସୁପ୍ରିମ ନବୀନ ବାବୁ ଚୁପ କାହିଁକି ?? ଦଳ ବିରୋଧରେ କେହି କିଛି କହିଲେ ସଙ୍ଗେ ସଙ୍ଗେ ଗୋଟେ ଚୋଟ ରେ ମୁଣ୍ଡ ଗଡେଇ ଦେଉଥିବା ନବୀନ ବାବୁଙ୍କ ଚୁପ ରହିବା ନେଇ ସବୁଆଡେ ଏବେ ଚର୍ଚ୍ଚା I ଦେଖାଯାଉ ଦଳକୁ ବଦନାମ ଆଣିଥିବା ଦେବାଶିଷ ଙ୍କୁ ବିଦା କରୁଛନ୍ତି ନା ନିର୍ବାଚନ ପାଇଁ ନିଜେ ବଦନାମ କୁ ମୁଣ୍ଡଉଛନ୍ତି I ଉପସ୍ଥାପନା ;ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *