ଜୀବନ ସାରା ଭିକ୍ଷା ବୃତ୍ତି କରି ସଞ୍ଚୟ କରିଥିବା ୬ଲକ୍ଷ ୬୧ ହଜାର ଟଙ୍କାକୁ ସହିଦ ଙ୍କ ପରିବାର କୁ ଦେଇଦେଲେ ବୃଦ୍ଧା ଭିକାରି

ଦେଶର 42 ଯବାନ ଙ୍କ ସହିଦ ରେ ସାରା ଦେଶ ଶୋକ ମନାଉଥିବା ବେଳେ ବିଭିର୍ଣ୍ଣ ସଂସ୍ଥା ତରଫରୁ ସହିଦ ଙ୍କ ପରିବାର ପ୍ରତି ସହାନୁଭୂତି ଜଣାଇ ଶ୍ରଦ୍ଧାଞ୍ଜଳି ସ୍ୱରୂପ କିଛି ସହାୟତା କରୁଛନ୍ତି I ଏହି କ୍ରମରେ ନେତାଙ୍କ ଠାରୁ ସିନେ ଷ୍ଟାର ଙ୍କ ପର୍ଯ୍ୟନ୍ତ ସମସ୍ତ କଳାକାର ସାମିଲ ହେଇ ନିଜ ସକ୍ଷମ ଅନୁଯାଇ ସହାୟତା ର ହାତ ବଢ଼ାଇ କିଛି ଆର୍ଥିକ ସାହାଯ୍ୟ କରୁଥିବା ବେଳେ ଜଣେ ଵୃଦ୍ଧା ମା ଙ୍କ ସାହାଯ୍ୟ ପରିମାଣ ଏବେ ଜୋରଦାର ଚର୍ଚା ଧରିଛି I

ମିଳିଥିବା ସୂଚନା ଅନୁଯାଇ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ଦୀର୍ଘ ଦିନ ଧରି ଭିକ୍ଷା ମାଗି ଚଳୁଥିବା ଦେବକୀ ଶର୍ମା ଏବେ ଚର୍ଚାରେ I ଦେବକି ତାଙ୍କ ଭିକ୍ଷା ବୃତିରୁ ଯାହାବି ସଞ୍ଚୟ କରିଥିଲେ ସମସ୍ତ ଅର୍ଥରାଶି କୁ ସହିଦ ଙ୍କୁ ଅର୍ପଣ କରାଯାଇଛି I ସେ ଆଉ ଇହଧାମ ରେ ନାହାନ୍ତି I କିନ୍ତୁ ସମସ୍ତ ସଞ୍ଚିତ ରାଶିକୁ ଦେବୀକା ବ୍ୟାଙ୍କ ଅଫ୍‌ ବରୋଡା ରେ ଜମା କରି ଲେଖିଥିଲେ କି କୌଣସି ଏକ ଭଲ କାମରେ ଏହାକୁ ବିନିଯୋଗ କରିବାକୁ I ନୋମିନି ଭାବରେ ମନ୍ଦିର ଟ୍ରଷ୍ଟି ସନ୍ଦୀପ ଙ୍କୁ ରଖିଥିଲେ I

ଏହି ଅର୍ଥର ପରିମାଣ ପାଖାପାଖି ୬ଲକ୍ଷ ୬୧ ହଜାର ୬ ଶହ ଟଙ୍କା I ତେବେ
ତାଙ୍କ ଶେଷ ଇଛା କୁ ସନମାନ ଜଣାଇ ବ୍ୟାଙ୍କ ଏବଂ ମନ୍ଦିର ଟ୍ରଷ୍ଟ ସନ୍ଦୀପ ମିଳିତ ଭାବେ ମିଶି ସମସ୍ତ ଅର୍ଥରାଶି କୁ ସହିଦ ଙ୍କ ପରିବାର ଙ୍କୁ ସହାୟତା ଦେଇଦେଇଛନ୍ତି I ଘଟଣା ଏବେ ସୋସିଆଲ ମିଡିଆରେ ପଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *