ଲଜ୍ୟା :ସହିଦ ଙ୍କ ଦାଦାଙ୍କୁ ବିଧାୟକ ତଣ୍ଟିଆ ମାରିବା ଘଟଣାରେ ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା

ସାରା ଦେଶ ସହିଦ ଙ୍କୁ ହରାଇ ଶୋକ ମନାଉଥିବା ବେଳେ ବୀର ଯବାନ ଙ୍କ ବଳିଦାନ ପାଇଁ ଗର୍ବ ମଧ୍ୟ ଅନୁଭବ କରୁଛି I କିନ୍ତୁ ଓଡ଼ିଶାର ସହିଦ ହେଇଥିବା ମନୋଜ ବେହେରା ଙ୍କ କ୍ଷେତ୍ର ଦେଖିବାକୁ ମିଳିଥିଲା ବ୍ୟତିକ୍ରମ I ସହିଦ ଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦ ଙ୍କ ଦାଦାଙ୍କୁ ଭିଡି ଆଣି ତଣ୍ଟିଆ ମାରି ତଳେ ବସାଇଦେଇଥିଲେ I ଯାହାକି କ୍ୟାମେରା ରେ କଏଦ ହେବାପରେ ସବୁଆଡୁ ନିନ୍ଦା କରାଯାଇଥିଲା I

ଘଟଣାକୁ ଅବଶ୍ୟ ଘୋଡାଇବାକୁ ମୁଖପାତ୍ର ସସ୍ମିତ ପାତ୍ର ବହୁ ଉଦ୍ୟମ କରି କହିଥିଲେ କି ଘଟଣାରେ ସହିଦ ଙ୍କ ପରିବାର କିଛି କହୁନଥିବାରୁ ଏହା ଭିତ୍ତିହୀନ I ତେବେ ବିଧାୟକ ଦେବାଶିଷ ଙ୍କ କୁଶପୁତ୍ତଳିକା ଦାହ ,ଏବଂ ସବୁଆଡୁ ବିରୋଧ ପରେ ଶେଷରେ ବାଧ୍ୟ ହେଇ ଭୁଲ ମାଗିଥିଲେ ବିଧାୟକ ଏବଂ କହିଥିଲେକି ଅଜାଣତରେ ସେ ସହିଦ ଙ୍କ ଦାଦା ଙ୍କୁ ତଣ୍ଟିଆ ମାରିଦେଇଥିଲେ I

ସହିଦ ଙ୍କର ସେ ଦାଦା ହେବେ ବୋଲି ଜାଣିନଥିଲେ I ତେବେ ଏହି ଘଟଣା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ଜାତୀୟ ଗଣମାଧ୍ୟମ ,ୱେବ ପୋର୍ଟାଲ ,ଖବରକାଗଜ ରେ ମଧ୍ୟ ପ୍ରକାଶ ପାଇଛି I

ଇଣ୍ଡିଆନ ଏକ୍ସପ୍ରେସ୍‌,ଟାଇମ୍ସ ଅଫ ଇଣ୍ଡିଆ , ଟାଇମ୍‌ସ୍‌ ନାଉ , ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌,ବିଜନେସ ଷ୍ଟାଣ୍ଡାର୍ଡ , ଏନ୍‌ଡିଟିଭି ଇଣ୍ଡିଆ(ହିନ୍ଦୀ),ଆଉଟ ଲୁକ ଇଣ୍ଡିଆ , ନ୍ୟାଶନାଲ ହେରାଲଡ୍‌, ରେଡ଼ିଟ ଡଟ କମ ,ଏବିପି ନ୍ୟୁଜ ,ଭଳି ଜାତୀୟ ଗଣମାଧ୍ୟମ ରେ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *