ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା ;କପି ରୋକିବାକୁ ହୋଇଛି ତ୍ରିସ୍ତରୀୟ ସ୍କ୍ବାର୍ଡ

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେଇଛି , ପରୀକ୍ଷା ପୂର୍ବରୁ ଗତକାଲି ଓଡିଶା ବନ୍ଦ ଥିଲେ ମଧ୍ୟ ପ୍ରସାଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ସମସ୍ତ ନୋଡାଲ ସେଣ୍ଟର ରେ ପ୍ରଶ୍ନପତ୍ର ପହଞ୍ଚାଯାଇଛି I ସୂଚନା ଅନୁଯାଇ ଏବର୍ଷ 5ଲକ୍ଷ 72 ହଜାର 99 ଜଣ ଛାତ୍ରଛାତ୍ରୀ 2830 ଟି ପରୀକ୍ଷା କେନ୍ଦ୍ର ମାଟ୍ରିକ ପରୀକ୍ଷା ଦେବେ । ସକାଳ 10ଘଟିକା ଠାରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ରେ ମୋବାଇଲ ପ୍ରବେଶ ନିଶିଧ କରାଯାଇଛି I ଅପରପକ୍ଷରେ ପରୀକ୍ଷା କେନ୍ଦ୍ରରେ କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ତା ସହିତ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

। ପରୀକ୍ଷା କୁ ତ୍ରୁଟିପୂର୍ଣ୍ଣ କରିବାକୁ ବିଭାଗ ଲାଗିରହିଥିବା ବେଳେ ଅନ୍ୟପକ୍ଷରେ ପୂର୍ବବର୍ଷ ଭଳି ଏ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରଲ ନହେଉ ସେଥିପ୍ରତି ମଧ୍ୟ ବିଭାଗ ଦୃଷ୍ଟି ରଖିଛି I

Leave a Reply

Your email address will not be published. Required fields are marked *