ପାକିସ୍ତାନ କୁ ପାଣି ଦେବନି ଭାରତ :ଅଳ୍ପ ଦିନ ଭିତରେ ପାଣି ନପାଇ ମରୁଭୂମି ପାଲଟିଯିବ ପାକିସ୍ତାନ

ଯବାନ ଙ୍କ ବଳିଦାନ ବ୍ୟର୍ଥ ଯିବନି ,ପ୍ରତିଟି ରକ୍ତବିନ୍ଦୁର ପ୍ରତିଶୋଧ ନିଆଯିବ ବୋଲି ଭାରତ ପ୍ରଧାନମନ୍ତ୍ରୀ ଶପଥ କରିବା ପରେ ଏବେ ତିଆରି କରୁଛନ୍ତି ମାଷ୍ଟର ପ୍ଲାନ I ପାକିସ୍ତାନ ବିରୋଧରେ ଦେଶରେ ପ୍ରବଳ ରାଗ ଏବଂ ପ୍ରତିଶୋଧ ର ନିଆଁ ଜଳୁଥିବା ବେଳେ ପାକିସ୍ତାନ କୁ ମଧ୍ୟ ଉଚିତ ଶାସ୍ତି ଦେବାକୁ ଅଣ୍ଟା ଭିଡିଛି ଭାରତ I ପାକିସ୍ତାନ ର କୌଣସି ଦ୍ରବ୍ୟ ଭାରତ ଗ୍ରହଣ କରୁନଥିବା ବେଳେ ସୀମା ଶୁଳ୍କ ୨୦୦ ପ୍ରତିଶତ ବୃଦ୍ଧି କରିଦିଆଯାଇଛି ଯାହାଫଳରେ ଭାରତରେ ରପ୍ତାନି କରିବା ପାକିସ୍ତାନ କୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡିବ I ଅପରପକ୍ଷରେ ଭାରତ ଉପତ୍ୟକାର ତିନି ନଦୀରୁ ଯାଉଥିବା ପାଣିକୁ ଆଉ ପାକିସ୍ତାନ କୁ ଯିବାକୁ ଦେବନାହିଁ ଭାରତ I

ବହିଯାଉଥିବା ପାଣିକୁ `ଅଟକାଇ ଅନ୍ୟ ଏକ ପ୍ରୋଜେକ୍ଟ ମାଧ୍ୟମରେ ଯମୁନା ନଦୀରେ ମିଶାଇ ଦିଆଯିବ I ଏନେଇ ମନ୍ତ୍ରୀ ନୀତିନ ସୂଚନା ଦେଇଛନ୍ତି I ସୂଚନା ଥାଉ କି ତିନି ନଦୀ ଯଥା ଚେନାବ, ଝେଲମ ଏବଂ ସିନ୍ଧୁ ରୁ ପାକିସ୍ତାନ କୁ ପାଣି ଯାଇଥାଏ ଏବଂ ଏହା ଉପରେ ପାକିସ୍ତାନ ନିର୍ଭର କରିଥାଏ I ଏହାକୁ ବନ୍ଦ କରିଦେଲେ ପାକିସ୍ତାନ ମରୁଭୂମି ପାଲଟିଯିବାକୁ ବେଶୀ ସମୟ ଲାଗିବ ନାହିଁ I

Leave a Reply

Your email address will not be published. Required fields are marked *