ଶରୀରରେ ଭିଟାମିନ-ଡ଼ି ଅଭାବରୁ ହେଇଥାଏ ଏହି ପାଞ୍ଚଟି ରୋଗ , ଜାଣନ୍ତୁ କେମିତି ଦୂର କରିବା

ଲୋକ ଆଜିକାଲି ଏତେ ବ୍ୟସ୍ତ ରହୁଛନ୍ତିଯେ ନିଜର ଯତ୍ନ ନେବାକୁ ଭୁଲିଯାଉଛନ୍ତି ,ତାଙ୍କ ଶରୀର ମଝିରେ ମଝିରେ ସ୍ୱାସ୍ଥ ବିଷୟରେ ଜଣାଇଥାଏ ଶରୀରରେ ଆସିଥିବା ଦୁର୍ବଳତା ଥକାନ ଓ ପରିସାନିୟା ଖରାପ ସ୍ୱାସ୍ଥ ପାଇଁ ସଂକେତ ଦେଇଥାଏ I ଏଥିପାଇଁ ଆଜିକାଲି ଶରୀରରେ ଭିଟାମିନ -ଡି ର ଅଭାବ ଦେଖାଦେଉଛି I ସକାଳ ଖରା ,ଭିଟାମିନ-ଡି ଯୁକ୍ତ ଖାଦ୍ୟ ନମିଳିବାରୁ ବେଳେବେଳେ ଏହା ଦେଖାଦେଇଥାଏ ଏହାର ଅଭାବରୁ ରୋଗ ବି ମଧ୍ୟ ହୋଇପାରେ I ଏଥିପାଇଁ ଶରୀରରେ କେବେବି ଭିଟାମିନ -ଡି କମ ହେବାକୁ ଦେବନାହିଁ I

ହାଡ ଦୁର୍ବଳ ହେବା :ଭିଟାମିନ -ଡି ଅଭାବରୁ ସବୁଠୁ ଅଧିକ ଖରାପ ପ୍ରଭାବ ହାଡ ଉପରେ ପଡିଥାଏ ଓ ଏହି ଅଭାବରୁ ହାଡ଼ କମଜୋର ହେବାକୁ ଲାଗେ ,ଯଦି କେବେ ହାଡ ବିନ୍ଧା ହୁଏ ତ ଜାଣିବା ଭିଟାମିନ -ଡି ଯୋଗୁ ହେଉଛି I ମାଂସପେଶୀର ବିନ୍ଧା ହେବା: ଗୋଡ ଆଉ ହାତର ମାଂସପେଶୀର ବିନ୍ଧା ହେବା ଭିଟାମିନ -ଡି ଯୋଗୁ ହୋଇଥାଏ ଓ ଏହା ସଂକେତ ଦେଇଥାଏ I ଯେଉଁ ଯେଉଁ ଲୋକର ମାଂସପେଶୀରେ ବିନ୍ଧା ହୁଏ ଭିଟାମିନ-ଡି ଯୋଗୁ ହୋଇଥାଏ I

ଉଚ୍ଚ ରକ୍ତଚାପ :ଶରୀରରେ ଭିଟାମିନ-ଡି ଅଭାବରୁ ଶରୀରରେ ରକ୍ତଚାପ ବଢିଯାଏ ଯଦି ଆପଣଙ୍କ ଶରୀରରେ ରକ୍ତଚାପ ବଢିଯାଏ ଏହା ଭିଟାମିନ-ଡି ଯୋଗୁ ହୋଇଥାଏ I

ଉଦାସ ଏବଂ ଚିନ୍ତା :ଭିଟାମିନ-ଡିର ଅଭାବ ସବୁଠୁ ଅଧିକ ମହିଳା ମାନଙ୍କଠାରେ ଦେଖାଯାଏ ଯଦି କେବେ ଭିଟାମିନ-ଡିର ଅଭାବ ମହିଳାମାନଙ୍କ ଠାରେ ଦେଖାଯାଏ ତାର ପ୍ରଭାବ ମୁଡୁ ଉପରେ ପଡିଥାଏ ସେଥିଯୋଗୁ ସିଏ ଉଦାସ ହୋଇଯାଆନ୍ତି I ଏହାର ଅଭାବ ଯୋଗୁ ବେଳେବେଳେ ତନାବର ଶିକାରବି ହୋଇଯାଆନ୍ତି Iସହଜରେ ଥକି ଯିବା :ଯେଉଁ ଲୋକର ଶରୀର ସହଜରେ ଥକିଯାଏ ସିଏବି ଏଇ ଭିଟାମିନ-ଡି ଅଭାବରେ ଯାଉଛି. ସାଥିରେ କୌଣସି କାମ କରିବାରୁ ଅଳସ ଆସିବା ଭିଟାମିନ-ଡି ର ଅଭାବ ଯୋଗୁ ହୁଏ I

କେମିତି କରିବା ଭିଟାମିନ-ଡିର ଅଭାବ ପୁରା :ଭିଟାମିନ -ଡିର ଅଭାବ ପୁରଣ କରିବା ପାଇଁ ଭିଟାମିନ -ଡି ଯୁକ୍ତ ଖାଦ୍ୟ ଅଧିକ ଖାଇବାକୁ ପଡିବ . ଯଦି ଆପଣ ମାଂସାହାରୀ ତ ଆପଣ ମାଛ ,ଚିକେନ ,ଅଣ୍ଡା ଖାଇକିରି ଶରୀରରେ ଭିଟାମିନ -ଡି ବଢ଼ାଇ ପାରିବେ ଯଦି ଆପଣ ମାଂସାହାରୀ ନୁହଁ ତ ଆପଣ ପାଳଙ୍ଗ ,ଦହି ,କ୍ଷୀର ଭଳି ଜିନିଷ ଅଧିକ ସେବନ କରନ୍ତୁ I ଏହି ଜିନିଷ ଖାଇବା ସଂଗେ ସଂଗେ ଖରାରେ 10 ମିନିଟ ବସନ୍ତୁ I

Leave a Reply

Your email address will not be published. Required fields are marked *