ଚେନ ଛଡେଇ ନେବାକୁ ଆସିଥିବା ଯୁବକଙ୍କୁ ଘୋଷାଡ଼ି ଆଣିଲେ ମହିଳା ,ମୁଖ୍ୟମନ୍ତ୍ରୀ ଏବଂ ପୋଲିସ କମିସନର କଲେ ପ୍ରଶଂସା

ଏକୁଟିଆ ମହିଳାଙ୍କୁ ଦେଖି ଫଲୋ କରିଥିଲେ ଦୁଇ ଯୁବକ I ଜଣେ ବାଇକ ଚଳାଉଥିବା ବେଳେ ଆଉ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ I କିନ୍ତୁ ବୋଧହୁଏ ବେଳା ଭଲ ନଥିଲା ଶନିବାରରେ ଶନିଦଶା ପଡିଗଲା I ମହିଳା ଜଣଙ୍କ ନିଜ ଦମ୍ ଲଗାଇ ଭିଡି ଆଣିଥିଲେ ଯୁବକଙ୍କୁ I ଆଉ ବିଚରା ଯୁବକ ଚୋରି କରିବାକୁ ଆସି ମହିଳାଙ୍କ ହାବୁଡ଼ରେ ପଡିଯାଇଥିଲେ I

ବାଇକରୁ ଘୋଷାଡ଼ି ଆଣିବା ବେଳେ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ ଏବଂ ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ମହିଳା ଜଣଙ୍କ ମାଡି ବସିଥିଲେ ଯୁବକଙ୍କୁ I ପରେ ସ୍ଥାନୀୟ ଲୋକ ପହଁଚି ଯୁବକ ଙ୍କୁ ନିର୍ଘାତ ମାଡ ମାରିଛନ୍ତି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି I

ଘଟଣାଟି ଭୁବନେଶ୍ବର ଜିଜିପି କଲୋନୀ ମଳୟ ବିହାରର I ମହିଳା ଜଣଙ୍କ ନାମ ଅଭିଜିତା ମହାପାତ୍ର I ପୋଲିସ କମିଶନର ଏହି ଘଟଣାରେ ମହିଳା ଜଣଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୫୦୦୦ଟଙ୍କା ପୁରସ୍କାର ଦେଇଛନ

୍ତି I ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଟ୍ୱିଇଟ ମାଧ୍ୟମରେ ଅଭିଜିତାଙ୍କ ପ୍ରଶଂସା କରିଛନ୍ତି ।ଯୁବକ ଜଣଙ୍କ ନାମ ସୋମନାଥ ଦାସ । ଘର ପୁରୀ ଜିଲା କୋଣାର୍କ ଅଞ୍ଚଳରେ ।

Leave a Reply

Your email address will not be published. Required fields are marked *