ଢେଙ୍କାନାଳ ଷଡଙ୍ଗିରେ ବାଇକ ଉପରେ ଚଢ଼ିଗଲା ଟ୍ରକ , ପୋଲିସ କର୍ମଚାରୀ ମୃତ ,ଅନ୍ୟ ଜଣେ ଗୁରୁତର

ଢେଙ୍କାନାଳ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ -ନିହଲପ୍ରସାଦ ରାସ୍ତା ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପଠାଯାଇଛି I ଖବର ନେବାରେ ଜଣାପଡିଛି କି ଯୁବକଙ୍କ ଘର ନୂଆଗଡ଼ ଏବଂ ସେ ଓଡିଶା ପୋଲିସ ରେ କାମ କରୁଥିଲେ I ଯୁବକ ଜଣଙ୍କ ନାମ ସୁନୀଲ ସାହୁ( ଲାପି )ବୋଲି ଜଣାପଡିଛି

I ଘଟଣା ସମ୍ପର୍କ ରେ ଜଣାପଡ଼ିନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଦୁଇ ଯୁବକ ଏକ ବାଇକ ରେ ଆସୁଥିବା ବେଳେ ସାମ୍ନା ପଟରୁ ଏକ ଗାଡି ଧକା ଦେଇ ଡ୍ରାଇଭର ଫେରାର ହେଇଯାଇଛି I ଘଟଣା ଜଣାପଡିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *