ମଦ ପି ମାତାଲ ଅବସ୍ଥାରେ ବେଦିରେ ପହଁଞ୍ଚିଥିଲେ ବର ,କନ୍ୟା ବିବାହ ନହେଇ ଫେରେଇଦେଲେ

ବରଯାତ୍ରୀ ନେଇ ଖୁବ ଧୂମଧାମ ରେ କନିଆଁ ଘରେ ପହଞ୍ଚିଥିଲେ ବର I କନ୍ୟା ଆଖିରେ ଆଖିଏ ସ୍ବପ୍ନ ,ତା ସ୍ୱପ୍ନର ରାଜକୁମାର ତାକୁ ସବାରୀରେ ନେଇଯିବେ ତା ସ୍ବପ୍ନ ମହଲକୁ Iତେବେ ସଜ ହେଇ ବସିଥିବା ଝିଅର ସ୍ବପ୍ନ ନିମିଷକ ମଧ୍ୟରେ ଭାଙ୍ଗି ଯାଇଥିଲା ଯେତେବେଳେ ବରଯାତ୍ରୀ ନେଇ ଘରେ ପହଞ୍ଚିଥିଲା ସ୍ୱପ୍ନର ରାଜକୁମାର I ମଦ ନିଶାରେ ପୁରା ଚୁର ଥିଲା ବାହାହେବାକୁ ଆସିଥିବା ବର I ଏପରିକି ବେଦିରେ ବସିବାକୁ ମଧ୍ୟ ସକ୍ଷମ ନଥିଲା I ଟଳି ଟଳି ବେଦିରେ ବସିଥିଲା ବର I

କିନ୍ତୁ ଏସବୁ ଦେଖିବା ପରେ ମଦୁଆ ବରକୁ ବାହାହେବାକୁ ମନା କରିଦେଇଥିଲା ମଙ୍ଗୁଳା କନ୍ୟା I ଗୋଟେ ମଦୁଆ କୁ କେଭେଁବି ବାହା ହେଇପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲା କନ୍ୟା I ଫଳରେ ବାଧ୍ୟ ହେଇ ବରପକ୍ଷ ଫେରିଥିଲେ ଖାଲି ହାତରେ I ଘଟଣାଟି ଏବେ ଚର୍ଚାର ବିଷୟ ପାଲଟିଛି I ସୂଚନା ଅନୁଯାଇ ଏହା ହେଉଛି
କଳାହାଣ୍ଡି ଘଟଣା I

ଶିଶୁପାଳ ହେଇ ଫେରିଥିବା ବର ଜଣଙ୍କ ନାମ ଅମିତ ନାଏକI ଅମିତ ଙ୍କର ଦୁନ୍ଦେଲମାଲ ଗ୍ରାମରେ ବିବାହ ସ୍ଥିର ହେଇଥିଲା I କିନ୍ତୁ ନିଶା ଯୋଗୁଁ ଶେଷରେ ବିବାହ ଭାଙ୍ଗି ଯାଇଛି I

Leave a Reply

Your email address will not be published. Required fields are marked *