ଯାତ୍ରା ପେଣ୍ଡାଲ୍ ରେ ବ୍ଲାଉଜ ଖୋଲି ଫୋପାଡ଼ି ଦେଉଛନ୍ତି ଅଭିନେତ୍ରୀ ରାନୀ ,ଓଡ଼ିଆ ଯାତ୍ରାରେ ଧସେଇ ପଶିଲା ଅଶ୍ଳୀଳତା ,

ସାରା ଦିନର କ୍ଲାନ୍ତ ପରିବେଶରୁ ଟିକିଏ ସମୟ କାଢି ରାତି ସାରା ଅନିଦ୍ରା ରହି ପରିବାର ସହ ଯାତ୍ରା ଦେଖିବାକୁ ପସନ୍ଦ କରୁଥିବା ଆଜିର ଲୋକଙ୍କ ପାଇଁ ସତେ ଯେପରି ଆଉ ଯାତ୍ରା ଦେଖିବା ସମ୍ଭବପର ହେଉନାହିଁ I ଲୋକଙ୍କ ଚାହିଦା ଦେଖି ପ୍ରତିବର୍ଷ ଖଣ୍ଡଗିରି ଯାତ୍ରାରେ ସବୁ ଅପେରା ନିଜର ନାଟକ ମଞ୍ଚସ୍ଥ କରି ଲୋକମାନଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥାନ୍ତି I ତେବେ ଏ ବର୍ଷ ଯାତ୍ରା ସଚ୍ଚିଦାନନ୍ଦ ରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ ଯାହାକୁ ଦେଖି ଯାତ୍ରାପ୍ରେମୀ ଙ୍କ ମନରେ ଅସନ୍ତୋଷ ଉଠିଛି I

ଅଭିନେତ୍ରୀ ଙ୍କୁ ନେଇ ଏବେ ଜୋରଦାର ଚର୍ଚା I ୟୁଟୁବ ଠାରୁ ଆରମ୍ଭ କରି ଫେସବୁକ ଯାଏଁ ସବୁଠି ଅଭିନେତ୍ରୀ ଙ୍କ ଚର୍ଚ୍ଚା I ଭାଇରଲ ହେବାରେ ଲାଗିଛି ଅଭିନେତ୍ରୀଙ୍କ ହଟ ଡ୍ୟାନ୍ସ I କେବଳ ଡ୍ୟାନ୍ସ ନୁହେଁ ପିନ୍ଧିଥିବା ବ୍ଲାଉଜ କୁ ମଞ୍ଚ ରେ ଖୋଲିକି ଫୋପାଡ଼ି ଚର୍ଚାରେ ଅଛନ୍ତି ଏହି ଅଭିନେତ୍ରୀ I ଅଭିନେତ୍ରୀ ଙ୍କ ନାମ ପୁଷ୍ପଲତା ପଣ୍ଡା ଓରଫ ରାନୀ I

ତେବେ ସଚ୍ଚିଦାନନ୍ଦ ଯାତ୍ରା ପେଣ୍ଡାଲରେ ରାନୀ ଙ୍କ ହଟ ଡ୍ୟାନ୍ସ ରେ କେତେକ ଯୁବ ଗୋଷ୍ଠୀ ମତୁଆଲା ହେଉଥିବା ସମୟରେ ଅଧିକାଂଶ ଏହାକୁ ବିରୋଧ କରିଛନ୍ତି I ଯାତ୍ରାରେ ଏପରି ଅଶ୍ଳୀଳ ଏବଂ ଦ୍ବି ଅର୍ଥକ ବୋଧକ ପ୍ରସାରଣ କୁ ନେଇ ସବୁଆଡେ ନିନ୍ଦା କରାଯାଉଛି I ତେବେ ଅଭିନେତ୍ରୀ ରାନୀ ଏହାକୁ ନେଇ କହିଛନ୍ତି ଯେ ସେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଅଭିନୟ କରୁଛନ୍ତି ତେଣୁ କିଏ କଣ କହିଲା ତାଙ୍କୁ କିଛି ଫରକ ପଡ଼େନି

I ଖବର ନେବାରେ ଜଣାପଡିଛି କି ରାଣୀ ପୂର୍ବରୁ ବାର ଡ୍ୟାନ୍ସର ଥିଲେ ଏବଂ 2017ରେ ଯାତ୍ରାକୁ ଆସିଛନ୍ତି I ରାନୀଙ୍କ ଘର ବ୍ରହ୍ମପୁରରେ I ସନି ଲିଓନି ଓ ବିଦ୍ୟା ବାଲାନଙ୍କୁ ରାନୀ ନିଜର ଆଦର୍ଶ ବୋଲି ମାନିନେଇଛନ୍ତି Iତେବେ ଯାତ୍ରାକୁ ଆସିବା ପୂର୍ବରୁ ରାନୀ କିଛି ଓଡ଼ିଆ ଚଳଚିତ୍ରରେ ମଧ୍ୟ ଆଇଟମ ଗୀତରେ ନାଚିଛନ୍ତି । ଲୋକପ୍ରିୟ ଶୋ ଏକ୍ସକ୍ୟୁଜ ମି ରେ ପପୁଙ୍କ ସହିତ ମଧ୍ୟ ରାନୀ ଅଭିନୟ କରିଛନ୍ତି I

ତେବେ ଯାତ୍ରାରେ ନିଜ ବୋଲଡ ଡ୍ୟାନ୍ସ ପାଇଁ ରାତାରାତି ଯୁବପିଢ଼ି ଙ୍କ ହୃଦୟରେ ସ୍ଥାନ ପାଇପାରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି I

Leave a Reply

Your email address will not be published. Required fields are marked *