ପ୍ରୟାଗରାଜରେ ବୁଡ଼ ପକାଇ ସଫେଇ କର୍ମଚାରୀଙ୍କ ଗୋଡ ଧୋଇ ମୁଣ୍ଡ ନୁଆଇଁ ନମସ୍କାର କଲେ ମୋଦି

ସବୁବେଳେ ପ୍ରାୟତ ଆପଣ ଦେଖିଥିବେ କି ନେତାମାନଙ୍କୁ କର୍ମୀ ମାନେ ଗୋଡ ଧରି ନମସ୍କାର କରିବାକୁ ଟଣାଓଟରା ଲଗାଇଥାନ୍ତି I କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଅଲଗା I ଅଧିକାଂଶ ସମାବେଶରେ ତାଙ୍କୁ ଦେଖିବାକୁ ମିଳେ ଯଦି କୌଣସି ବି କର୍ମୀ ତାଙ୍କ ପାଦ ଛୁଇଁବାକୁ ଆସନ୍ତି ସେ ଏହାକୁ ମନା କରି ପ୍ରତି ନମସ୍କାର କରିଥାନ୍ତି I ତେବେ ପ୍ରୟାଗରାଜ ରେ ମଧ୍ୟ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି

I ସମସ୍ତେ ମୋଦିଙ୍କୁ ପ୍ରସଂଶା କରିବାରେ ଲାଗିଛି I ସୂଚନା ଅନୁଯାଇ ଗତକାଲି ପ୍ରୟାଗରାଜ କୁମ୍ଭରେ ତ୍ରିବେଣୀ ସଙ୍ଗମରେ ମୋଦି ବୁଡ଼ ପକାଇଥିଲେ I ପ୍ରୟାଗରାଜ କୁ ସଫା ରଖିଥିବା ସଫେଇ କର୍ମଚାରୀ ଙ୍କୁ ପ୍ରସଂଶା କରିଥିଲେ ଏବଂ ତାଙ୍କ ଗୋଡ ଧୋଇ ଏକ ଗାମୁଛାରେ ଭଲକି ପୋଛି ସେମାନଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରିଥିଲେ ପରେ ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କରିଥିଲେ |

ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ଏଭଳି କାର୍ଯ୍ୟ କୁ ସବୁ ମହଲରୁ ପ୍ରସଂଶା ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *