କାଳିଆ ସମାବେଶରେ ଯୋଗଦେଲେ ମିଳିବ ୫୦୦,ନମିଳିବାରୁ ଢେଙ୍କାନାଳ ଜାତୀୟ ରାଜପଥ ଅବରୋଧ କଲେ ମହିଳା

କାଳିଆ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ମାରାଥନ ସମାବେଶ I ଘନ ଘନ ଜିଲ୍ଲା ବୁଲୁଛନ୍ତି ସମାବେଶରେ ଲୋକଙ୍କ ପାଇଁ ଯୋଜନାର ଉପକାରିତା ବିଷୟରେ ବୁଝାଉଛନ୍ତି I ଲୋକଙ୍କୁ ସିଧାସଳଖ କାଳିଆ ଟଙ୍କା ସହାୟତା ବାଂଟୁଛନ୍ତି I ଯୁଆଡେ ଯାଉଛନ୍ତି କାଳିଆ ସମାବେଶରେ ପ୍ରବଳ ଭିଡ I ତେବେ ଏହାର ଅସଲ ଗୁମର ଖୋଲିବାରେ ଲାଗିଛି I ମୁଖ୍ୟମନ୍ତ୍ରୀ ଙ୍କ ସମାବେଶରେ ସ୍ୱତଃପୃତ ଭାବରେ ଯୋଗ ଦେଉନାହାନ୍ତି ଜନସାଧାରଣ ବରଂ ଜଣଙ୍କା ଦିଆଯାଉଛି 500ଟଙ୍କା I ହଁ ଆଜ୍ଞା କଥାଟା ସମ୍ପୂର୍ଣ୍ଣ ସତ I ଏମିତି ଅଭିଯୋଗ ଆସିଛି ଢେଙ୍କାନାଳ ରୁ I

ନିକଟରେ ଢେଙ୍କାନାଳ ର ହିନ୍ଦୋଳ ସାତମାଇଲ ର ବହୁବର ପଡ଼ିଆ ରେ ରବିବାର କାଳିଆ ସମାବେଶ ହେଉଥିବା ବେଳେ ସମାବେଶ ପାଇଁ ନିକଟସ୍ଥ ସିମିନଇ ପଞ୍ଚାୟତର ଶହଶହ ଲୋକଙ୍କୁ କାଳିଆ ସମାବେଶରେ ଯୋଗ ଦେଲେ ୫୦୦ଟଙ୍କା ମିଳିବ ବୋଲି ସରପଞ୍ଚ,ଓ୍ଵାର୍ଡମେମ୍ଵର ଓ ଅଙ୍ଗନବାଡ଼ି କର୍ମୀ ପ୍ରତିଶୃତି ଦେଇ ସମାବେଶ କୁ ଆଣିଥିଲେ କିନ୍ତୁ ସମାବେଶ ପରେ କୌଣସି ଟଙ୍କା ନମିଳିବାରୁ ମହିଳାମାନେ ରାଗିପାଚି ନିଆଁ ହେଇଯାଇଥିଲେ ଏବଂ ଗତକାଲି ପ୍ରତିବାଦ କରି ସିମିନଇ ପଞ୍ଚାୟତ ଅଫିସ୍ ତାଲା ପକାଇ ଘେରାଉ କରିଥିଲେ

।ଏହାପରେ ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ ।ପାଖାପାଖି ୫ଘଣ୍ଟାରୁ ଉର୍ଧ ସମୟ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହେଇଯାଇଥିଲାI ତେବେ ଘଟଣାସ୍ଥଳରୁ ସରପଞ୍ଚ ଖସିଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି I ରାସ୍ତା ଅବରୋଧ ହେବାରୁ ଗମନାଗମନ ରେ ଅସୁବଧା ଉପୁଜିବାରୁ ସଦର ଥାନା ଅଧିକାରୀ ମଳୟ କୁମାର ନାୟକ ଲୋକଙ୍କୁ ବୁଝାସୁଝା କରି ନାକେଦମ୍ ହେଇଯାଇଥିଲେ I

ତଥାପି ମହିଳାମାନେ ଶୁଣିନଥିଲେ ,ଗୋଟିଏ ଜିଦି ଥିଲା ଆମ 500 ଦିଅ ଇଁ ଶେଷରେ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ବାଧ୍ୟ ହେଇ ଘଟଣା ସ୍ଥଳରେ ପହିଞ୍ଚି ଲୋକଙ୍କୁ ବୁଝାଇଥିଲେ I

ଏହା ସହିତ ଗାଁ ଲୋକେ ଦାବି କରିଛନ୍ତି କି ପଂଚାୟତରେ କୌଣସି ଆଖିଦୃଶିଆ କାର୍ଯ୍ୟ ହେଉନାହିଁ I ସବୁ ଯୋଜନାର ହଡପ ହେଉଛି Iସେହିଭଳି ଅନୁରୂପ ଭାବେ ସଦର ବ୍ଲକ ନଦୀଆଳି ଗ୍ରାମରେ ,ହିନ୍ଦୋଳ ରାଲିକୁ ଯାଇଥିବା କର୍ମୀଙ୍କୁ 300ଟଙ୍କା ଗଞ୍ଜି କ୍ୟାପ ଦେବାକୁ କହି ନଦେବାରୁ ପଞ୍ଚାୟତ ଅଫିସ ତାଲା ପକାଇଛନ୍ତି ମହିଳା ମାନେ I

ତେବେ କଥା ଉଠୁଛି କି ଯଦି କାଳିଆ ଏତେ ଲୋକପ୍ରିୟ ତେବେ ଲୋକଙ୍କୁ 500 ଦେବାର ପ୍ରତିଶୃତି ଦେଇ କାହିଁକି ଠକାଯାଉଛି ? ତେବେ କଣ ମାନିନେବାକୁ ହେବ ଯେ କାଳିଆ ସମାବେଶ ପ୍ରାୟୋଜିତ ସମାବେଶ ?? ଫୋଟୋ କ୍ରେଡିଟ – ସୌମ୍ୟରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *