ଭାବମୃର୍ତ୍ତି ପାଇଁ ୧୯ବର୍ଷରେ ୪୫ ମନ୍ତ୍ରୀଙ୍କୁ ବଳି ଦେଇଥିବା ବିଜେଡି ସୁପ୍ରିମ ଦେବାଶିଷ ଙ୍କ ପାଇଁ ଚୁପ !!

ବିବାଦର ର ଛିଟା ପଡିଲେ ନିଜ ଭାବମୂର୍ତ୍ତି ସ୍ୱର୍ଚ୍ଛ ରଖିବାକୁ ସଙ୍ଗେ ସଙ୍ଗେ ପଦବୀରୁ ବାହାର କରିବାରେ ବିଜେଡି ସୁପ୍ରିମ ପ୍ରଥମ I ବିଗତ ୨୦୦୦ ମସିହାରୁ ୨୦୧୯ ଯାଏ ୧୯ ବର୍ଷର ଲମ୍ବା ସମୟ ମଧ୍ୟରେ ପାଖାପାଖି ୪୫ ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ତଡ଼ିଛନ୍ତି ସୁପ୍ରିମ I ଦୁର୍ନୀତି କିମ୍ବା ବିବାଦୀୟ ଆସିଲା ମାତ୍ରେ ସଙ୍ଗେ ସଙ୍ଗେ ପକ୍ଷ ଛେଦନ କରିଥାନ୍ତି ତେଣିକି ସେ ଯେତେବଡ ପାୱାରଫୁଲ ହେଇଥାନ୍ତୁ ପଛେ I

ଏହି କ୍ରମରେ ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ୪୫ ଜଣ ମନ୍ତ୍ରୀପଦରୁ ବିଦା ହେଇଛନ୍ତି I ସେହିକ୍ରମରେ ପ୍ରଶାନ୍ତ ନନ୍ଦ,ନଳିନୀକାନ୍ତ ମହାନ୍ତି ,କମଳା ଦାସ,,ଅମର ଶତପଥି, ଦେବିପ୍ରସାଦ ମିଶ, ରାମକୃଷ୍ଣ ପଟ୍ଟନାୟକଙ୍କୁ , ପ୍ରଫୁଲ୍ଲ ଘଡ଼ାଇ,ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ,ରଘୁନାଥ ମହାନ୍ତି , ଅତନୁ ସବ୍ୟସାଚ୍ଚୀ ନାୟକ,ପୁଷ୍ପେନ୍ଦ୍ର ସି˚ହଦେଓ ,ପ୍ରତାପ ଜେନା ,ଅରୁଣ ସାହୁ ,ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସ ବର୍ମା ,ପ୍ରଦୀପ ପାଣିଗ୍ରାହୀ,ସୁଦାମ ମାରାଣ୍ଡି, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରମିଳା ମଲିକ ,ଦାମୋଦର ରାଉତ ,ନିକଟରେ ପ୍ରଦୀପ ମହାରଥିଙ୍କ ଭଳି ବିଜେଡି ର ତୁଙ୍ଗ ନେତା ମାନଙ୍କ ମନ୍ତ୍ରୀପଦ ରୁ ମୁଣ୍ଡ ଗଡିଛି ନିଜର ଭାବମୂର୍ତ୍ତି ସୁଧାରିବାକୁ

Iଏପରିକି ଚିଟଫଣ୍ଡ ରେ ଛନ୍ଦି ହେଇଥିବା ବହୁ ନେତାଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଛି I ତେବେ ଚର୍ଚ୍ଚା ଚାଲିଛି କି ଏବେ ମୁଖ୍ୟମନ୍ତ୍ରୀ ବଦଳିଯାଇଛନ୍ତି I ବିବାଦ ହେବାମାତ୍ରେ ପକ୍ଷ ଛେଦନ କରୁଥିବା ନବୀନ ବାବୁ ଏବେ ଦେବାଶିଷ ଙ୍କ ପାଇଁ ପୁରାପୁରି ଚୁପ I ସହିଦ ଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ଘଟଣାରେ କଥା ଯାଇ କଟକରୁ ପାକିସ୍ତାନ ରେ ପହଁଚି ଜୋରଦାର ତୁମ୍ଭିତୁଫାନ ହେଇଥିଲା

Iବିଧାୟକ ଙ୍କ ପାଇଁ ଭାରତ ବଦନାମ ହେଇଥିଲା I ନିଜେ ବିଧାୟକ ମଧ୍ୟ ଭୁଲ ସ୍ୱୀକାର କରି କ୍ଷମା ପ୍ରାଥନା କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଯାହାକୁ ନେଇ ଚର୍ଚ୍ଚା ଚାଲିଛି କି ମୁଖ୍ୟମନ୍ତ୍ରୀ ବଦଳିଯାଇଛନ୍ତି Iସେହିପରି ଆଉ ଜଣେ ବିଧାୟକ ହେଉଛନ୍ତି ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଯାହାଙ୍କ ନାମରେ ବାରମ୍ବାର ଗଣ୍ଡଗୋଳ ମାରପିଟ ର ଅଭିଯୋଗ ଆସିଲେ ମଧ୍ୟ ସୁପ୍ରିମ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି I ଏହି କ୍ରମରେ ଏବେ ପୁଣି ଥରେ ମହିଳା କମିଶନ ସଦସ୍ୟା ଟିଲୋତ୍ତମା ଙ୍କୁ ଦୁର୍ବ୍ୟବହାର ବବି ଦାସ ଙ୍କ ନାମ ଚର୍ଚା ରେ ରହିଛି I

Leave a Reply

Your email address will not be published. Required fields are marked *