ଅଟକ ହେଇଥିବା ଭାରତୀୟ କମାଣ୍ଡର /ପାଇଲଟ ଅଭିନନ୍ଦନ ଙ୍କର କିଛି ବି କ୍ଷତି କରିପାରିବ ନାହିଁ ପାକିସ୍ତାନ

ପାକିସ୍ତାନ ଉପରେ ହେଇଥିବା ହମଲା ର ପ୍ରତିଶୋଧ ନେବାକୁ ଭାରତୀୟ ବୀର କମାଣ୍ଡର ପାଇଲଟ ଅଭିନନ୍ଦନ ଙ୍କୁ ପାକିସ୍ତାନ ସେନା ଅଟକ ରଖିଛି I ଏନେଇ ଏକ ଭିଡିଓ ମଧ୍ୟ ପାକିସ୍ତାନ ଜାରି କରିଛି I ଭାରତୀୟ କମାଣ୍ଡର ଙ୍କ ପଣବନ୍ଦୀ ଙ୍କୁ ନେଇ ସାରା ସମସ୍ତେ ଆଶଙ୍କାରେ ରହିଛନ୍ତି କଣ ହେବ ଆମ ବୀର କମାଣ୍ଡର ଙ୍କ ଅବସ୍ଥା Iସତୃଦେଶ ପାକିସ୍ତାନ କିଛି କ୍ଷତି କରିଦେବ କି ଆମ ବୀର ଯବାନଙ୍କର I ତେବେ ବ୍ୟସ୍ତ ହେବାର କିଛି ନାହିଁ ,ଆମ କମାଣ୍ଡର ଙ୍କର କିଛି ବି କ୍ଷତି କରିପାରିବ ନାହିଁ ପାକିସ୍ତାନ I

କାହିଁକିନା ଯୁଦ୍ଧ ସମୟରେ ବନ୍ଦୀ ହେଉଥିବା ଯୋଦ୍ଧା ମାନଙ୍କ ପାଇଁ ଅଲଗା ସ୍ୱତନ୍ତ୍ର ନିୟମ ତିଆରି କରାଯାଇଛି I ୧୯୪୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ଚୁକ୍ତି ହେଇଥିଲା ଯାହାର ନାମ ଥିଲା ଜେନେଭା I ଏହି ଜେନେଭା ଚୁକ୍ତି ବଳରେ ଧରାପଡିଥିବା ବା ପଣବନ୍ଦୀ କରାଯାଇଥିବା କୌଣସି ବି ଯବାନ ଙ୍କୁ କୌଣସି ଦେଶ କ୍ଷତି ପହଞ୍ଚାଇପାରିବେ ନାହିଁ I

ସେମାନଙ୍କୁ ଅଟକ ରଖିପାରିବେ,ସୀମା ପାର କରିଥିବାରୁ ସେମାନଙ୍କ ବିରୁଧରେ ମାମଲା ଦାଏର କରିପାରିବେ I ଉଭୟ ଦେଶଙ୍କ ମିଳିତ ଆଲୋଚନା ପରେ ପଣବନ୍ଦୀ ହେଇଥିବା ଯବାନ ଙ୍କୁ ନିଜ ଦେଶ ଛଡ଼ାଯାଇଥାଏ I ଏହାକୁ ଉଲ୍ଲଙ୍ଘନ କଲେ ଜାତିସଂଘ ରେ ଏନେଇ ବିଚାର କରାଯାଇ ପଣବନ୍ଦୀ କରିଥିବା ଦେଶ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

Leave a Reply

Your email address will not be published. Required fields are marked *