ଦୁଖଦଃ ଖବର :ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଙ୍କୁ ବନ୍ଦୀ କରିନେଇଛି ପାକିସ୍ତାନ

ରାଗରେ ଜଳୁଛି ପାକିସ୍ତାନ I ଭାରତ ଠାରୁ ନେବାକୁ ଚାଁହୁଛି ପ୍ରତିଶୋଧ I ଗତକାଲିର 300 ଆତଙ୍କୀ ନିପାତ ପରେ ପ୍ରତିଶୋଧ ନେବାକୁ ଆଜି ଭାରତ ସୀମାରେ ପଶିଥିଲା ପାକିସ୍ତାନ I ଶତ୍ରୁପକ୍ଷକୁ ତତକ୍ଷଣାତ ଜୋରଦାର ଆକ୍ରମଣ କରିଥିଲା ଭାରତ ଯାହାଫଳରେ ଭାରତ ଛାଡି ପଳାଇଥିଲା ପାକ ସେନା ଏବଂ ଏକ ବିମାନ ମଧ୍ୟ ଧ୍ୱଂସ ହେଇଯାଇଛି ପାକ ର I ଭାରତର ମଧ୍ୟ ଦୁଇଟି ବିମାନ ଧ୍ବଂସ ହେଇଥିବା ପାକିସ୍ତାନ ଦାବି କରିବା ପରେ ଭାରତ ସ୍ୱୀକାର କରିଛି I

ତେବେ ପାକିସ୍ତାନ କହିଥିଲା କି ଭାରତର ଜଣେ ପାଇଲଟ ଙ୍କୁ ପାକିସ୍ତାନ ଗିରଫ କରିଛି ଘଟଣାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇନଥିଲେ ମଧ୍ୟ ଯାଞ୍ଚ ଚାଲିଛି ବୋଲି କୁହାଯାଇଥିଲା I ଏବେ କିନ୍ତୁ ପାକିସ୍ତାନ ଭାରତୀୟ ପାଇଲଟ ଙ୍କ ଫଟ ଜାରି କରିଛି I

ଭାରତୀୟ ତଥ୍ୟ ଅନୁଯାଇ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ମିଗ୍-୨୧ ବିସୋନରୁ ଉଡ଼ାଣ ରେ ଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ଖବର ମିଳିପାରିନାହିଁ ,ଅପରପକ୍ଷ ରେ ପାକିସ୍ତାନ ଫଟ ଜାରିକରି କହିଛି କି ସେ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଛନ୍ତି Iଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି ପାକିସ୍ତାନ I ଯେଉଁଥିରେ କମାଣ୍ଡର ବନ୍ଦୀ ଭାବରେ ଥିବା ଦେଖାଯାଇଛି I

ଏନେଇ ଭାରତ ର ମନ୍ତ୍ରଣାଳୟ ମଧ୍ୟ କହିଛନ୍ତି ଯେ ସକାଳେ ପାକିସ୍ତାନ ଆକ୍ରମଣ କରିବା ବେଳେ ଭାରତ ବାୟୁସେନା ଜୋରଦାର ଆକ୍ରମଣ କରିଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଏପର୍ଯ୍ୟନ୍ତ ଜଣେ ପାଇଲଟ୍‌ ଙ୍କ ଖବର ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *