ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି :ପାକିସ୍ତାନ ରେ ସମସ୍ତ ସ୍କୁଲ କଲେଜ ଛୁଟି, ଯୁଦ୍ଧ ପାଇଁ ସଜବାଜ

40ଯବାନ ଙ୍କ ପ୍ରତିଜଵାବ ରେ ପାକିସ୍ତାନ ରେ 300ରୁ ଉର୍ଧ ଆତଙ୍କୀ ଙ୍କ ମୃତ୍ୟୁ ପରେ ରକ୍ତମୁଖା ହେଇପଡ଼ିଚି ପାକିସ୍ତାନ I ପ୍ରତିଶୋଧ ନେବାପାଇଁ ଅଣ୍ଟା ଭିଡିଛି I ଏଥିପାଇଁ ଆଜି ସକାଳେ ଜାମ୍ମୁ କାଶ୍ମୀର ସୀମା ପାର କରି ଭାରତକୁ ପ୍ରବେଶ ବେଳେ ଭାରତୀୟ ସେନା ଙ୍କ ଜୋରଦାର ଆକ୍ରମଣ ରେ ପାକିସ୍ତାନ ର ଏକ ବିମାନ ଧ୍ବଂସ ହେଇଯାଇଥିବା ବେଳେ ଅନ୍ୟ ଏକ ବିମାନ ଫେରି ଯାଇଥିଲା I

ତେବେ ଏହIପରେ ପାକିସ୍ତାନ ଦାବିକରିଛି ଯେ ଭାରତର ଏକ ବିମାନ କୁ ସେ ଧ୍ବଂସ କରିଦେଇଛି ,ଏପରିକି ଜଣେ ସୈନିକ ଙ୍କୁ ଅଟକ ରଖି ଗିରଫ କରିଛି ଯଦିଓ ଭାରତ ଏହାକୁ ଖଣ୍ଡନ କରିଛି I ତେବେ ଭାରତ ଠାରୁ ପାଇଥିବା ଶକ୍ତ ଆଘାତ ର ପ୍ରତିଶୋଧ ନେବାକୁ ପାକିସ୍ତାନ ସଜବାଜ ହେଉଛି I

ଏନେଇ ଘନ ଘନ ବୈଠକ ବସିବାରେ ଲାଗିଛି I ସୀମାରେ ମଧ୍ୟ ଦୁଇ ଦେଶର ସିପାହୀ ସମ୍ନାସାମ୍ନି ଅବସ୍ଥାରେ I ଯେ କୌଣସି ମୁହୁର୍ତରେ କିଛି ବି ଘଟିଯାଇପାରେ I ତେବେ ଆଜି ପାକିସ୍ତାନ ରେ ସମସ୍ତ ସ୍କୁଲ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଦିଆଯାଇଛି I କେବଳ ସ୍କୁଲ ବିଦ୍ୟାଳୟ ନୁହେଁ ଅନିର୍ଦ୍ଧିଷ୍ଟ ପାଇଁ ବିମାନ ଚଳାଚଳ ସେବା ମଧ୍ୟ ବନ୍ଦ କରିଦିଆଯାଇଛି I ଯାହାକି ପରିସ୍ଥିତି ର ଗମ୍ଭୀର ତାକୁ ଦର୍ଶାଉଛି I

Leave a Reply

Your email address will not be published. Required fields are marked *