ବ୍ରହ୍ମଗିରିରେ ବିଧାୟକ ଙ୍କୁ ହଟାଇବାକୁ ଏକାଠି ହେଲେ ଶହ ଶହ ଦଳୀୟ କର୍ମୀ ,ବ୍ରହ୍ମଗିରି ବିଜେଡିରେ ଗୋଷ୍ଠୀ କନ୍ଦଳ

ପାଖେଇ ଆସୁଛି ନିର୍ବାଚନ I ସବୁଆଡେ ଜୋରଦାର ପ୍ରସ୍ତୁତି ଚାଲିଛି କ୍ଷମତା ହାସଲ ପାଇଁ I ତେବେ ଅଧିକାଂଶ ସ୍ଥାନରେ ଏବେ ଦେଖିବାକୁ ମିଳୁଛି ଗୋଷ୍ଠୀ କନ୍ଦଳ I ବ୍ରହ୍ମଗିରି ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ I ବିଧାୟକ ସଞ୍ଜୟ ଦାସବର୍ମା ଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ବ୍ରହ୍ମଗିରିରେ I ବ୍ରହ୍ମଗିରିରେ ଦୁଇଥର ବିଧାୟକ ହେଇଥିବା ସଞ୍ଜୟ ଦାସବର୍ମା ଙ୍କ ମୁଖ୍ୟ ବିରୋଧୀ ଥିଲେ କଂଗ୍ରେସ ର ବରିଷ୍ଠ ତଥା ଲୋକପ୍ରିୟ ଲୁଲୁ ମହାପାତ୍ର I କିନ୍ତୁ ଲୁଲୁଙ୍କ ବିୟୋଗ ପରେ ସଞ୍ଜୟ ଙ୍କ ପ୍ରତିଦ୍ବନ୍ଦୀ ଶୂନ୍ୟ ହେଇଯାଇଥିଲା ବ୍ରହ୍ମଗିରିରେ I

ଏବେ କିନ୍ତୁ ସଞ୍ଜୟ ଙ୍କ ବେଳା ଭଲ ନାହିଁ I ଦଳୀୟ ଲୋକଙ୍କୁ ଅବହେଳା ଏବଂ ୟା ମଧ୍ୟରେ ବିଧାୟକ ସ୍ୱେଚ୍ଛାଚାରୀ ଅହଙ୍କାରୀ ପାଲଟିଯାଇଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି I ଏନେଇ ବିଜେଡି ର ଦଳୀୟ କର୍ମୀ ତଥା ପୂର୍ବତନ ଜିଲାପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଓ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାୟ ବିଧାୟକ ଙ୍କ ବିରୁଧରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି I ବିଧାୟକ ଙ୍କ ବିରୁଧରେ ଜନମତ ସୃଷ୍ଟି କରୁଛନ୍ତି I

ନିକଟରେ ଭୀମେଶ୍ୱର ଦେବଙ୍କ ପୀଠରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା ଯେଉଁଥିରେ କି ସଦର ର ୧୧ ଟି ଗ୍ରାମ ପଞ୍ଚାୟତ ଓ ବ୍ରହ୍ମଗିରି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ସ୍ଥାନୀୟ ନେତୃତ୍ୱ ନେଉଥିବା ପାଖାପାଖି ୩୦୦ ବିରୋଧି ଏକାଠି ହେଇ ବିଧାୟକ ଙ୍କ ବିରୁଦ୍ଧରେ ବର୍ଷିଛନ୍ତି I ଖୁବ ଶୀଘ୍ର ସମସ୍ତେ ଏକାଠି ଭାବରେ ଦଳୀୟ ହାଇକମାଣ୍ଡ ଙ୍କୁ ସାକ୍ଷାତ କରି ବିଧାୟକ ଙ୍କ ବିରୁଧରେ ମତାମତ ରଖିବା ସହିତ ଆଗାମୀ ନିର୍ବାଚନ ରେ ବ୍ରହ୍ମଗିରି ରୁ ଟିକେଟ ନଦେବାକୁ ଅନୁରୋଧ କରିବେ I ତେବେ ଏନେଇ ସଞ୍ଜୟ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

ଏମିତିରେ ଏବେ ସଞ୍ଜୟ ଙ୍କ ପାଜୀରୋ କେସ କୁ ନେଇ ହାଇକମାଣ୍ଡ ଙ୍କ ଗୁଡ୍ ବୁକ୍ ରେ ସ୍ଥାନ ସୁରକ୍ଷିତ ନଥିବା ବେଳେ ଦଳୀୟ ଅସନ୍ତୋଷ ଆଗକୁ ଅସୁବିଧା ହେଇପାରେ I

Leave a Reply

Your email address will not be published. Required fields are marked *