ଭାରତରେ ହମଲା କରିବାକୁ ପାକିସ୍ତାନ ପଶିଥିଲା ସୀମାରେ ,ପାକ ବିମାନ ଏଫ୍‌-୧୬ କୁ ଗୁଳି କରି ଧ୍ୱଂସ କଲେ ବାୟୁସେନା

ପାକିସ୍ତାନ ସୀମା ଭିତରେ ପଶି 300ରୁ ଉର୍ଧ ଆତଙ୍କବାଦୀ ଙ୍କୁ ହତ୍ୟା 1000କିଲୋ ବୋମା ପକାଇ ହତ୍ୟା କରିବା ପରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ I ବଦଲା ନେବାକୁ ଆପ୍ରାଣ ଚେଷ୍ଟା କରୁଛି I ତେବେ ଆଜି ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ବଦଲା ନେବାକୁ ପାକ୍ ବିମାନ ଧସେଇ ପଶିଥିଲା I କିନ୍ତୁ ଭାରତୀୟ ବାୟୁସେନା ସଙ୍ଗେ ସଙ୍ଗେ ଆକ୍ରମଣ କରିବା ଫଳରେ ପାକ ସେନା ବାଧ୍ୟ ହେଇ ହାର ମାନି ଚାଲିଯାଇଛି I ସୂଚନା ଅନୁଯାଇ ପାକ ସେନା ଖୋଲା ଆକାଶ ତଳେ ବମ ପକାଇ ହମଲା କରିବାକୁ ଚେଷ୍ଟା ମଧ୍ୟ କରିଥିଲା I

ତେବେ ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରି ଭାରତ ସୀମାକୁ ପ୍ରବେଶ କରିଥିବା ପାକ ସେନାର ବିମାନ ଏଫ୍‌-୧୬କୁ ଭାରତୀୟ ସେନା ଗୁଳି କରି ଧ୍ୱଂସ କରିଛି।ପାକିସ୍ତାନ ର ଅଚାନକ ଏପରି ସୀମା ଡେଇଁ ଆକ୍ରମଣ କରିବା ଘଟଣା କୁ ନେଇ ଭାରତ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି I

Leave a Reply

Your email address will not be published. Required fields are marked *