ଡର ଲାଗୁଥିଲା କି କୌଣସି ମୁହୁର୍ତରେ ଭାରତ ମିସାଇଲ ଆକ୍ରମଣ କରିପାରେ :ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନ ଏବଂ ଭାରତ ପରିସ୍ଥିତି ପୁରା ଗମ୍ଭୀର I ଉଭୟ ଦେଶ ପ୍ରତିଶୋଧ ପରାୟଣ I ଭାରତ ର ହମଲା ପରେ ପାକିସ୍ତାନ ମଧ୍ୟ ଭାରତ ସୀମା ଡେଇଁ ଦୁଇଟି ବିମାନ ଧ୍ବଂସ କରିଦେଇଛି ଯଦିଓ ଭାରତୀୟ ସେନା ଆକ୍ରମଣ କରିବା ପରେ ବାଧ୍ୟ ହେଇ ପଳାଇଥିଲା ପାକ ସେନା I ତେବେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜେ ସଂସଦ ରେ କହିଛନ୍ତି କି ପୁଲଓ୍ଵାମା ଆକ୍ରମଣରେ ଭାରତ ଅଯଥା ପାକିସ୍ତାନ କୁ ଦାୟୀ କରୁଛି I ପାକିସ୍ତାନ ସହିତ କୌଣସି ଆଲୋଚନା ନକରି ଅକସ୍ମାତ ହମଲା କରିଦେଲା ସେଥିପାଇଁ ପାକିସ୍ତାନ ମଧ୍ୟ ଭାରତ ସୀମାରେ ଧସେଇ ପଶିଲା I

କିନ୍ତୁ ସେଦିନ ଡର ଥିଲା ହୁଏତ ଭାରତ ମିଶାଇଲ ଆକ୍ରମଣ କରିଦେଇପାରେ ,ସେଥିପାଇଁ ସମସ୍ତ ସେନାଙ୍କୁ ସତର୍କ କରାଯାଇଥିଲା ,ରାତିସାରା ସମସ୍ତେ ଆଲର୍ଟ ଥିଲେ ଏପରିକି ସ୍କୁଲ କଲେଜ ମଧ୍ୟ ଛୁଟି ଘୋଷଣା କରାଯାଇଥିଲା I ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନଶାନ୍ତି ଚାହେଁ ସେଥିପାଇଁ ଭାରତର କମାଣ୍ଡର ପାକିସ୍ତାନ ର ପଣବନ୍ଦୀ ରହିଥିଲେ ମଧ୍ୟ ପାକିସ୍ତାନ ତାଙ୍କୁ ନିଜ ଦେଶକୁ ଛାଡି ଦେଉଛି I ଅପରପକ୍ଷରେ କମାଣ୍ଡର ଙ୍କୁ ଗିରଫ ପରେ ପାକିସ୍ତାନ ଯେ କେଉଁ ପରିମାଣରେ ଭୟଭୀତ ତାହା ଜଣାପଡିଛି I

Leave a Reply

Your email address will not be published. Required fields are marked *