ପାକିସ୍ତାନ ର ଏକ ନମ୍ବର ଖବରକାଗଜ ଦ ଡନ୍ କମାଣ୍ଡର ଙ୍କ କଲା ପ୍ରସଂଶା :କହିଲା ଭାରତରେ ଏପରି ବି ଯୋଦ୍ଧା ଅଛନ୍ତି ବିଶ୍ୱାସ ହେଉନି

ଶତ୍ରୁକୁ ପାନେ ଦେବାକୁ ପିଛାକରି ପାକିସ୍ତାନ ଦ୍ୱାରା ପଣବନ୍ଦୀ ହେଇଥିବା କମାଣ୍ଡର ଅଭିନନ୍ଦନ ଙ୍କୁ ନେଇ ସବୁଆଡେ ଚିନ୍ତିତ ଥିବାବେଳେ ସେ ସୁରକ୍ଷିତ ଥିବା ପାକିସ୍ତାନ ଏକ ଭିଡିଓ ଜାରି କଲା ପରେ କମାଣ୍ଡର ଙ୍କ ସାହସ ଏବଂ ପାକିସ୍ତାନ ଯବାନ ଙ୍କ ସହିତ ବାର୍ତାଳାପ ସାରା ଦେଶକୁ ଗର୍ବିତ କରିଛି I ଏବେ ସବୁଠି ଗୋଟିଏ କଥା କେମିତି ଧରାପଡ଼ିଥିଲେ କମାଣ୍ଡର ଅଭିନନ୍ଦନ I ଏନେଇ ପାକିସ୍ତାନ ର ୧ନମ୍ବର ଖବରକାଗଜ ଦ ଡ଼ନ ସମସ୍ତ ଘଟଣା ବିସ୍ତୃତ ଭାବେ ବର୍ଣନା କରିଛି I କେବଳ ଭାରତ ନୁହେଁ ଶତୃଦେଶ ପାକିସ୍ତାନ ର ଖବରକାଗଜ ମଧ୍ୟ ତାଯୁବ ହେଇଯାଇଛନ୍ତି କମାଣ୍ଡର ଙ୍କ ଦେଶପ୍ରେମ ଏବଂ ସାହସ ରେ I

ଶତୃଦେଶ ହେଇଥିଲେ ମଧ୍ୟ ଖୋଲାଖୋଲି ଭାରତୀୟ କମାଣ୍ଡର ଙ୍କ ଉଞ୍ଚ ପ୍ରସଂଶା କରିଛି ଖବରକାଗଜ I ସୂଚନା ଅନୁଯାଇ ଭାରତର ସର୍ଜିକାଲ ଷ୍ଟ୍ରାଇକ -2 ପରେ ପ୍ରତିଶୋଧ ନେବାକୁ ପାକ ସେନା ଭାରତ ସୀମାକୁ ଧସେଇ ପଶିଆସିଥିଲେ Iଜବାବ ରେ ଭାରତୀୟ କମାଣ୍ଡର ସଙ୍ଗେ ସଙ୍ଗେ ଆକ୍ରମଣ କରିଥିଲେ I ଏଥିରେ ସାମିଲ ଥିଲେ କମାଣ୍ଡର ଅଭିନନ୍ଦନ I ଏକ ମିଙ୍ଗ ନେଇ ପାକିସ୍ତାନ ସୀମା ଡେଇଁ 7କିଲୋମିଟର ପରେ ପାକିସ୍ତାନ ବିମାନ ଏଫ ୧୬ କୁ ଧ୍ବଂସ କରିଥିଲେ ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆକାଶରୁ ଭାରତୀୟ ବିମାନ ଟି ଭାଙ୍ଗିଯିବା ଫଳରେ ଏକ ପାରାଚୁଟ ରେ ଓଲ୍ହାଇଥିଲେ କମାଣ୍ଡର ଅଭିନନ୍ଦନ I ତେବେ ତାଙ୍କୁ ଜଣାନଥିଲା ସେଇ ଜାଗା ବାବଦରେ I

ତଳେ ପଡିବା ପରେ ଉପସ୍ଥିତ ଥିବା ଜଣେ ଯୁବକ ଙ୍କୁ ପଚାରିଥିଲେ ଏହା କେଉଁ ଜାଗା I ଇତିମଧ୍ୟରେ ଯୁବକ ଜଣଙ୍କ ଖବରକାଗଜ ପ୍ରତିନିଧି ଙ୍କୁ ଫୋନ କରି ଜଣାଇସାରିଥିଲା I ଘଟଣା ସ୍ଥଳରେ ବହୁ ଯୁବକ ଏକାଠି ହେଇଯାଇଥିଲେ ,ଜଣେ ଯୁବକ ଚାଲାକି କରି କହିଲା କି ଏହା ଭାରତ I ଏହାପରେ କମାଣ୍ଡର ଜୋରରେ କହିଥିଲେ ଭାରତ ମାତା କି ଜୟ I ରାଗରେ ଯୁବକ ମାନେ ନିର୍ଘାତ ପିଟିଥିଲେ କମାଣ୍ଡର ଙ୍କୁ ,ଏବଂ ପାକିସ୍ତାନ ଜିନ୍ଦାବାଦ କହି ନାରା ଦେଇଥିଲେ I

କାହିଁକିନା ସେଇଟା ଥିଲା ପାକିସ୍ତାନ ର ହୋରୀ ଗ୍ରାମ I କମାଣ୍ଡର ପାକିସ୍ତାନ ରେ ଅଛନ୍ତି ଜାଣିବା ପରେ ଯୁବକ ମାନେ ପିଟୁଥିଲେ ମଧ୍ୟ କାହାକୁ କ୍ଷତି ନପହଞ୍ଚାଇ ଉପରକୁ ଶୂନ୍ୟ ଗୁଳି ଚାଳନା କରିଥିଲେ Iସେହିଠାରେ ମାଡ ଖାଉଥିବା ସମୟରେ ସମସ୍ତ ପ୍ରମାଣ ନଷ୍ଟ କରିଥିଲେ I ପରେ ପାକିସ୍ତାନ ସେନା ତାଙ୍କୁ ଉଦ୍ଧାର କରି ଗିରଫ କରିଥିଲେ Iଏପରିକି ପାକିସ୍ତାନ ଯବାନ ଙ୍କ ପ୍ରଶ୍ନ ରେ ମଧ୍ୟ ସାହାସିକତା ଭାବେ ଜବାବ ଦେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ I

କମାଣ୍ଡର ଙ୍କ ଦେଶପ୍ରେମ ,ସାହସ ,ଧର୍ଯ୍ୟ ,ସଚୋଟତା ଦେଖି କେବଳ ଭାରତ ନୁହେଁ ପାକିସ୍ତାନ ଖବରକାଗଜ ମଧ୍ୟ ସ୍ତବ୍ଧ ହେଇଯାଇଛି I

Leave a Reply

Your email address will not be published. Required fields are marked *