ଶତୃଦେଶରେ ଆଖି ସହ ଆଖି ମିଳାଇ କହିଲେ ମୁଁ ଭାରତୀୟ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ..କ୍ଷମା କରନ୍ତୁ, ୟା’ଠାରୁ ଅଧିକ କିଛି ମୁଁ କହିବି ନାହିଁ’

ସାରା ଦେଶରେ ଏବେ ଗୋଟିଏ କଥା I ଆମ କମାଣ୍ଡର ଅଭିନନ୍ଦନ ଙ୍କୁ ଫେରେଇ ଆଣ I ବୀର ଯବାନ ଙ୍କ ପାଇଁ ଏବେ ଭାରତୀୟ ପୁରା ଚିନ୍ତିତ I ସୋସିଆଲ ମିଡିଆରେ ମଧ୍ୟ ଯବାନ ଙ୍କୁ ଫେରେଇ ଆଣିବାକୁ ଚାରିଆଡେ ଅନୁରୋଧ କରାଯାଉଛି Iପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘଟଣାକୁ ଅତି ଗୁରୁତର ଭାବରେ ନେଇ ତୁରନ୍ତ ଆମ କମାଣ୍ଡର ଙ୍କୁ ଫେରେଇବାକୁ ଚେତାବନୀ ଦେଇଛନ୍ତି I ତେବେ ୟା ମଧ୍ୟରେ କମାଣ୍ଡର ଅଭିନନ୍ଦନ ଙ୍କ ଏକ ଭିଡିଓ ପାକିସ୍ତାନ ଜାରି କରିଛି ,ଯେଉଁଥିରେ କି ଦେଖିବାକୁ ମିଳିଛି କମାଣ୍ଡର ଙ୍କ ନିର୍ଭିକତା I ସତୃଦେଶ ରେ ଥାଇ ମଧ୍ୟ ଶତୃଦେଶ ର ଯବାନ ଙ୍କ ଆଖିରେ ଆଖି ମିଶେଇ ସିଂହ ଭଳି କଥା ହେଇଛନ୍ତି କମାଣ୍ଡର

I ପାକିସ୍ତାନ ତାଙ୍କଠାରୁ ଭାରତ ବିଷୟରେ ମିଶନ ବିଷୟରେ ଜାଣିବାକୁ ଚାଂହିଥିଲା ତେବେ କମାଣ୍ଡର କୌଣସି ବି ତଥ୍ୟ ଦେବାକୁ ସିଧାସଳଖ ମନା କରିଦେଇଥିଲେ I କେବଳ କହିଥିଲେ ମୁଁ ଭାରତୀୟ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ୟା ଠୁ ଅଧିକା କିଛି ବି କହିପାରିବିନି I ତେବେ ଭାରତୀୟ କମାଣ୍ଡର ଙ୍କ ଏଭଳି କଥାବାର୍ତ୍ତାରେ ସମସ୍ତେ ଚକିତ ହେଇଯାଇଥିଲେ ଏବେ ସାରା ଦେଶ ତାଙ୍କର ଏ ନିର୍ଭିକତା ପାଇଁ ଗର୍ବ କରୁଛି

I ସୂଚନା ଥାଉ କି ଭାରତର 40ଯବାନ ଙ୍କ ସହିଦ ରେ ପାକିସ୍ଥାନ ରେ 300ଆତଙ୍କୀ ଙ୍କୁ ନିପାତ କରିବାର ପରଦିନ ପାକିସ୍ତାନ ଭାରତ ସୀମାରେ ଧସେଇ ପଶିବାରୁ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ର ଏକ ଲଢୁଆ ବିମାନ କୁ ତଳକୁ ଖସାଇଦେଇଥିଲେ I

ତେବେ ଦୁର୍ଭାଗ୍ୟବଶତଃ ବିମାନର ଯାନ୍ତ୍ରିକ ତ୍ରୁଟି ପାଇଁ ତଳେ ଖସିପଡିଥିଲେ ଏବଂ ପାକ ସେନା ବନ୍ଦୀ କରିନେଇଥିଲେ I ଅଭିନନ୍ଦନ ଙ୍କର ଜନ୍ମ
21 ଜୁନ,1983ରେ ଏବଂ ତାଙ୍କ ଘର ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ବା ସେଲାପୁର ରେ I 2004 ମସିହାରେ ଅଭିନନ୍ଦନ ବାୟୁସେନାର ଅଫିସର ଭାବେ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *