ଫେରିଲେ ବୀର ପାଇଲଟ ଅଭିନନ୍ଦନ : ଅସଲ ହିରୋ କମାଣ୍ଡର ଙ୍କୁ ନେଇ ନିର୍ମାଣ ହେବ ଚଳଚିତ୍ର

ଫେବୃଆରୀ ୧୪ ପ୍ରେମ ଦିବସ ରେ ଭାରତରେ କଳା ଦିବସ ର ରୂପ ଦେଈଥିଲେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ I ପୁଲଓ୍ଵାମାରେ ଆକ୍ରମଣ କରି ଆମର 40 ଯବାନ ଙ୍କ ଜୀବନ ନେଇଥିଲେ ,ଯାହାକି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା I ତେବେ ପ୍ରତିଶୋଧ ନେବାକୁ ଭାରତ ମଧ୍ୟ ଐତିହାସିକ ପଦକ୍ଷେପ ନେଇ ପାକିସ୍ତାନ ରେ ଧସେଇ ପଶି ୩୦୦ ଆତଙ୍କବାଦୀଙ୍କୁ ସମୂଳେ ଧ୍ବଂସ କରିଥିଲା I ଏହାପରେ ପାକିସ୍ତାନ ମଧ୍ୟ ପ୍ରତିଶୋଧ ନେବାକୁ ଭାରତର ସୀମା ଦେଇଥିଲା ଏବଂ ଭାରତୀୟ ସେନା ଉଚିତ ଜବାବ ଦେଇଥିଲେ I ଭାରତର ଦୁଇଟି ବିମାନ ଧ୍ବଂସ ହେଇଯାଇଥିଲା ପାକ ଆକ୍ରମଣରେ I ତେବେ ଦୁର୍ଭାଗ୍ୟବଶତଃ ଶତ୍ରୁପକ୍ଷ ଙ୍କୁ ପିଛା କରୁଥିବା କମାଣ୍ଡର ଅଭିନନ୍ଦନ ଙ୍କ ବିମାନ ରେ ଯାନ୍ତ୍ରିକ ତ୍ରୁଟି ହେବାରୁ ବାଧ୍ୟ ହେଇ ପାରାଚୁଟ ରେ ଅବତରଣ କରିଥିଲେ କମାଣ୍ଡର I

କିନ୍ତୁ ସେ ପାକିସ୍ତାନ ରେ ଅବତରଣ କରିଥିବା ହେତୁ ପାକ ସେନା ତାଙ୍କୁ ବନ୍ଦୀ କରିଥିଲା I ତେବେ ପାକିସ୍ତାନ ରେ ଯେଉଁଭଳି ଭାବରେ ସେ ସାହସ ଦେଖାଇଛନ୍ତି ସମସ୍ତ ଭାରତୀୟ ଙ୍କ ମୁଣ୍ଡ ଗର୍ବରେ ଉଞ୍ଚା ହେଇଯାଇଛି I କମାଣ୍ଡର ଙ୍କ ମୁକ୍ତି ପାଇଁ ସବୁଆଡେ ବିକ୍ଷୋଭ ର ନାରା ବାଜିଥିଲା I ସମସ୍ତ ଭାରତୀୟ ଏହି ଅସଲି ହିରୋଙ୍କ ଘରବାହୁଡା ପାଇଁ ବ୍ୟସ୍ତ ଏବଂ ଆଶଙ୍କିତ ଥିଲେ I ଶେଷରେ ଅନ୍ତର୍ଜାତୀୟ ଚାପ ଉପରେ ବାଧ୍ୟ ହେଇ ଭାରତୀୟ କମାଣ୍ଡର ଙ୍କୁ ଫେରେଇବାକୁ ରାଜି ହେଇଥିଲା ପାକିସ୍ତାନ I

ଆଜି ଭାରତରେ ପହଞ୍ଚିଛନ୍ତି କମାଣ୍ଡର ଅଭିନନ୍ଦନ I ସମସ୍ତେ ତାଙ୍କୁ ସ୍ୱାଗତ ସହିତ ଅଭିନନ୍ଦନ ଜଣାଇଛନ୍ତି I ତେବେ ଏହି ସମସ୍ତ ଘଟଣାକୁ ନେଇ ନିର୍ମାଣ ହେବ ଚଳଚିତ୍ର I ଅନେକ ନାମୀ ଦାମୀ ଫିଲ୍ମ ନିର୍ମାତା ଏହି କାହାଣୀ କୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଅଣ୍ଟା ଭିଡିଛନ୍ତି I

ଯେଉଁଥିରେ କି ଅସଲ ହିରୋ କମାଣ୍ଡର ଅଭିନନ୍ଦନ ଙ୍କର ବିଶେଷ ଭୂମିକା ପ୍ରଦଶନ କରାଯିବ I

Leave a Reply

Your email address will not be published. Required fields are marked *