ସ୍ତ୍ରୀ କହିଲେ ଅଭିନନ୍ଦନ ଙ୍କର କ୍ଷତି ହେବା ଏତେ ସହଜ ନୁହେଁ 134କୋଟି ହିନ୍ଦୁସ୍ତାନ ଙ୍କ ଭଲପାଇବା ତାଙ୍କ ସହିତ ଅଛି

ପାକିସ୍ତାନ ରେ ପଣବନ୍ଦୀ ଥିବା ଭାରତୀୟ କମାଣ୍ଡର ଅଭିନନ୍ଦନ ଙ୍କ ମୁକ୍ତି ପାଇଁ ସାରା ଦେଶ ଚିନ୍ତିତ ଥିଲା I ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ,ସମସ୍ତେ ଚାଁହୁଥିଲେ ଯବାନ ଙ୍କ ସୁରକ୍ଷିତ ଘର ବାହୁଡା I ଯେଉଁଭଳି ଭାବରେ ପାକିସ୍ତାନ ରେ ଅଦମ୍ୟ ସାହସ ଦେଖାଇ ଶତ୍ରୁ ଜବାନ ଙ୍କ ସହିତ ଆଖି ମିଶାଇ ଜବାବ ଦେଇଛନ୍ତି ସାରା ଭାରତ ଗର୍ବ କରୁଛି ତାଙ୍କ ପାଇଁ I ତେବେ କମାଣ୍ଡର ଅଭିନନ୍ଦନ ଙ୍କ ପୁରା ପରିବାର ଦେଶସେବା ପାଇଁ ପ୍ରତିଶୃତିବଦ୍ଧ I ତାଙ୍କ ବାପା କାର୍ଗିଲ ଯୁଦ୍ଧରେ ବାୟୁସେନାର ନେତୃତ୍ୱ ନେଇଥିବା ବେଳେ ଦାଦା ମଧ୍ୟ ବାୟୁସେନା ରେ ଅଛନ୍ତି I ତେବେ ଅଭିନନ୍ଦନ ଙ୍କ ପତ୍ନୀ ମଧ୍ୟ ଜଣେ ସାହସୀ ବାୟୁସେନା ଅଫିସର

I ତାଙ୍କ ସ୍ତ୍ରୀ ଙ୍କ ନାମ ତନଭି I ସେ ମାରୱାହ ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଥିଲେ। ଜଣେ ସାହସି ଅଫିସର ଭାବେ ଅଭିନନ୍ଦନ ଙ୍କ ସ୍ତ୍ରୀ ନିଜ କାର୍ଯ୍ୟ ତୁଲାଇସାରି ଅବସର ନେଇସାରିଛନ୍ତି I ଏବେବି ତନଭି ଙ୍କୁ ବହୁତ ସମ୍ମାନ ଦିଆଯାଏ ସେଠାରେ I ତେବେ ଅଭିନନ୍ଦନ ଙ୍କ ପଣବନ୍ଦୀ ପରେ ଡରିଯାଇନଥିଲେ ତାଙ୍କ ସ୍ତ୍ରୀ

I ସରକାର ଙ୍କୁ ଅନୁରୋଧ କରିଥିଲେ କିପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଫେରେଇ ଅଣାଯାଇପାରିବ I

Leave a Reply

Your email address will not be published. Required fields are marked *