ପରମାଣୁ ବୋମା ଛାଡିବା ବଟନ ଭାରତର କାହା ପାଖରେ ଥାଏ ଜାଣନ୍ତୁ

ବିଭିନ୍ନ ଦେଶ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ ପରମାଣୁ ଅସ୍ତ୍ର ତିଆରି କରିଥାନ୍ତି।ଏମିତି ବି ଅସ୍ତ୍ର ତିଆରି ହୋଇଛି ଯାହା ପୁରା ବିଶ୍ୱକୁ ମଧ୍ୟ ନିମିଷକେ ଧ୍ଵଂସ କରିପାରେ।କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଏ କି କାହାର ଅନୁମତିରେ ଏହି ପରମାଣୁ ପ୍ରୟୋଗ କରାଯାଏ।କେହି ଜଣେ ଚାହିଁଲେ ଏହା କରିପାରିବେ ନାହିଁ।ବିଭିନ୍ନ ଦେଶରେ ଏଥିପାଇଁ ବିଭିନ୍ନ ପ୍ରକାର ନିୟମ ଥାଏ।

ଆମ ଦେଶ ଭାରତରେ କହିବାକୁ ଗଲେ ପରମାଣୁ ବୋମା ଛାଡ଼ିବା ନିର୍ଣ୍ଣୟ କେବଳ ପ୍ରଧାନମନ୍ତ୍ରୀଙ୍କ ପାଖରେ ହିଁ ଅଛି।କିନ୍ତୁ ଏହି ନିଷ୍ପତି ପ୍ରଧାନମନ୍ତ୍ରୀ ଏକା ନେଇ ପାରିବେ ନାହିଁ।ତାଙ୍କୁ ନିଜ ସୁରକ୍ଷା କମିଟି ଏବଂ ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ, ଷ୍ଟାଫ୍ ମୁଖ୍ୟ କମିଟି ଏବଂ ଅଧକ୍ଷ ଙ୍କ ସହ ଆଲୋଚନା କରିବାକୁ ପଡ଼ିଥାଏ।
ପ୍ରଧାମନ୍ତ୍ରୀଙ୍କ ପାଖରେ ଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏକ କଳା ସୁଟକେଶ୍ ଥାଏ।ଏବଂ ଏହା ବୁଲେଟ ପ୍ରୁଫ ହୋଇଥାଏ।ଏହି ସୁଟକେସ୍ କୁ ପରମାଣୁ ସୁଟକେସ ବୋଲି କୁହାଯାଏ।ଏହି ସୁଟକେସରେ ସେ ସବୁ ଜାଗର ଠିକଣା ଥାଏ ଯେଉଁଠାରେ ହମଲା କରିବାକୁ ଥାଏ।ଭାରତ ପାଖରେ ପାଖାପାଖି ୫୦୦୦ ଠିକଣା ରହିଛି।ମଝିରେ ମଝିରେ ଏହି ସବୁ ଠିକଣା ର ସମୀକ୍ଷା କରି ଏଥିରେ ନୂଆ ଠିକଣା ଯୋଡ଼ା ଯାଇଥାଏ।

ପ୍ରଧାନମନ୍ତ୍ରୀଙ୍କ ପାଖରେ ଯେଉଁ ସ୍ମାର୍ଟ୍ କୋଡ଼ ଥାଏ ତାହା ଭେରିଫିକେଶନ କୋଡ଼ ଭାବେ ପରମାଣୁ କମାଣ୍ଡଙ୍କ ପାଖକୁ ପଠାଯାଇଥାଏ।ଭାରତରେ କେବଳ ପ୍ରଧାନମନ୍ତ୍ରୀଙ୍କର ହିଁ ଅଧିକାର ରହିଛି ଯେ ସେହି କୋଡ୍ ର ନାମ ନିଜ ଇଚ୍ଛା ଅନୁସାରେ ଦେବେ।ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ୍ କୋଡ଼ ଛଡ଼ା ଆଉ ଦୁଇଟି କୋଡ଼ ମଧ୍ୟ ମଧ୍ୟ ରହିଛି।ଏହି ଦୁଇଟି କୋଡ଼ ଏକା ପ୍ରକାର ଲକର୍ ରେ ବନ୍ଦ ହୋଇ ରହିଥାଏ।ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ୍ କୋଡ଼ ମିଳିବା ପରେ କମାଣ୍ଡିଂ ଅଫିସର୍ ୨ ସହଯୋଗୀ ଅଧିକାରୀଙ୍କୁ ଏହି କୋଡ଼ ଦେଇଥାନ୍ତି।ଏମାନେ ନିଜ ନିଜ ସୁରକ୍ଷା କୋଡ଼ ଦେଇ ଖୋଲି ଏହାକୁ ମ୍ୟାଚ୍ କରିଥାନ୍ତି।୩ ଟି ଯାକ କୋଡ଼ ଠିକ୍ ଥିଲେ ପରମାଣୁ ହାମଲା କରାଯାଇଥାଏ।

Leave a Reply

Your email address will not be published. Required fields are marked *