ବୀର କମାଣ୍ଡର ଙ୍କୁ ସମ୍ମାନ ଜଣାଇଲା ବିସିସିଆଇ ନମ୍ବର-1 ଜର୍ସି ଅଭିନନ୍ଦନ ଙ୍କୁ ସମର୍ପିତ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ମାଟିରେ ପହଞ୍ଚିଛନ୍ତି I ଅଢେଇ ଦିନ ପାକିସ୍ତାନ ରେ ପଣବନ୍ଦୀ ହେଇ ରହିବା ପରେ ବି ନିଜର ସାହସ ଏବଂ ଦେଶପ୍ରେମ ପାଇଁ ସାରା ଭାରତର ସମସ୍ତ ଙ୍କ ହୃଦୟରେ ଜାଗା ପାଇଛନ୍ତି କମାଣ୍ଡର I ଅଢେଇଦିନ ଧରି ସମସ୍ତେ ଆଶଙ୍କିତ ଭାବରେ ଥିଲେ କଣ ହେବ ଆମ ବୀର କମାଣ୍ଡର ଙ୍କ ସହିତ ,ତେବେ ଭାରତର ଚେତାବନୀ ଏବଂ ଅନ୍ତ୍ରରାଷ୍ଟ୍ରୀୟ ଚାପ ଉପରେ ଚେପା ହେଇ ଶେଷରେ ବାଧ୍ୟ ହେଇ ପାକିସ୍ତାନ କମାଣ୍ଡର ଙ୍କୁ ଛାଡିଥିଲା I

କମାଣ୍ଡର ଙ୍କ ଘରବାହୁଡ଼ାରେ ଗତକାଲି ୱାଘା ବର୍ଡ଼ର ଲୋକ ଭର୍ତି ହେଇଥିବା ବେଳେ ସବୁ ମହଲରୁ ପ୍ରସଂଶା ଏବଂ ଅଭିନନ୍ଦନ ଛୁଟିବାରେ ଲାଗିଛି I ତେବେ ବିସିସିଆଇ ମଧ୍ୟ ସମ୍ମାନ ଜଣାଇ ଭାରତୀୟ ନୂତନ ଜର୍ସିର 1ନମ୍ବର ଜର୍ସି ଙ୍କୁ କମାଣ୍ଡର ଙ୍କୁ ସମର୍ପିତ କରିଛି I ଏବଂ ଶୁଭେଚ୍ଛା ଜଣାଇ କହିଛି କି ସ୍ବାଗତମ ଅଭିନନ୍ଦନ୍‌।

Leave a Reply

Your email address will not be published. Required fields are marked *