ଅଭିନନ୍ଦନଙ୍କୁ ଫେରାଇ ଦେଇଥିବା ଯୋଗୁଁ ଇମ୍ରାନଙ୍କ ପାଇଁ ନୋବେଲ ପୁରସ୍କାର ଦାବି କଲେ ପାକିସ୍ତାନୀ ସାଂସଦ

ୱିଂ କମାଣ୍ଡର ଅଭିନନ୍ଦନ ଙ୍କୁ ପାକିସ୍ତାନ ଭାରତ ଫେରାଇବା ପରେ ପାକିସ୍ଥାନ ଏହି ମାମଲା କୁ ଚାପିଦେବ ପାଇଁ ଚେଷ୍ଟା କରୁଛି। ପାକିସ୍ତାନ ର ଅନେକ ସାଂସଦ ଏବଂ ରାଜନୀତିଜ୍ଞ କହୁଛନ୍ତି ଯେ, ପାକିସ୍ଥାନ ଅଭିନନ୍ଦନ ଙ୍କୁ ଭାରତ ଫେରାଇ ଦେଇ ବହୁତ୍ ବଡ଼ କାମ କରିଛି। ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାରେ ଏହା ହେଉଛି ପ୍ରଥମ ପଦକ୍ଷେପ। ଏଥି ପାଇଁ ଇମ୍ରାନ୍ ଖାନ ଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବି କରିଛି ପାକିସ୍ଥାନ ସାଂସଦ। ଏ ନେଇ ପାକିସ୍ଥାନ ବିଧାନସଭା ରେ ପ୍ରସ୍ତାବ ଆଗତ କରାଯାଇଛି।

ଅପରପକ୍ଷରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ପାକିସ୍ତାନ ପଞ୍ଜାବ ରେ ନିଜ ଇୟାରସ୍ପେଶ୍ ମାର୍ଚ୍ଚ ୪ ତାରିଖ ଜକେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆନ୍ତର୍ଜାତିକ ସୀମାରେଖା ଓ ନିୟନ୍ତ୍ରଣ ରେ ଜାରି ହୋଇଥିବା ଆସନ୍ତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଡର ରେ ଗୁଳି ବିନିମୟ ଯୋଗୁ ସମସ୍ତ ରାସ୍ତା ମଧ୍ୟ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *