ବିଧାୟକ ଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହେଇ ସତ୍ୟବାଦୀରୁ ହଟାଇବାକୁ ଦଳୀୟ କର୍ମୀ ଙ୍କ ମହାସମାବେଶ

ରାଜ୍ୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା ପୁରୀର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ I ଆରମ୍ଭରୁ ବିଜେଡି ଏଠାରେ ଜିତିପାରିନଥିବା ବେଳେ ସ୍ୱାଧୀନ ବିଧାୟକ ଉମା ସାମନ୍ତରାୟ ଙ୍କୁ ଦଳରେ ମିଶାଇ ସତ୍ୟବାଦୀ କୁ ନିଜ କବ୍ଜା କୁ ନେଇଥିବା ବିଜେଡି ରେ ଏବେ ଦଳୀୟ ଗୋଷ୍ଠୀ କନ୍ଦଳ ଜୋର ଧରିଛି I ସତ୍ୟବାଦୀ ବିଜେଡି ରେ ବିଧାୟକ ଙ୍କ ଏକତରଫା ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଦଳୀୟ କର୍ମୀଙ୍କ କୁହୁଳିଥିବା ଅସନ୍ତୋଷ ଶେଷରେ ବିସ୍ପୋରଣ ରୂପ ନେଇଛି

Iଆଜି ସାକ୍ଷୀଗୋପIଳ ର ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ବିଧାୟକ ଙ୍କ ବିରୋଧରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ର ବିଜେଡି ର ବର୍ତମାନ ର ଦୁଇ ବ୍ଲକ ସଭାପତି ଏବଂ ପୂର୍ବତନ ସମସ୍ତ ସଭାପତି ଙ୍କ ସମେତ ସ୍ଥାନୀୟ ନେତୃତ୍ୱ ନେଉଥିବା 500 ଛାମୁଆ ନେତା ଏବଂ ମୂଳ ବିଜେଡି କର୍ମୀ ଏକ ବୈଠକ ଡାକିଥିଲେ I

ଆଗାମୀ ଦିନରେ ଖୁବ ଶୀଘ୍ର ସତ୍ୟବାଦିରେ ଏକ ବିଶାଳ ମହାସମାବେଶ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ସତ୍ୟବାଦୀରୁ ଉମା ହଟାଓ ସତ୍ୟବାଦୀ ବଞ୍ଚାଓ ଅଭିଯାନ ର ନାରା ଜୋର ରେ ବହିବାକୁ ଲାଗିଛି I I ସୂଚନା ଥାଉ କି ଦୀର୍ଘ ଦିନ ଧରି ସତ୍ୟବାଦୀ ବିଜେଡି ରେ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ଏକଚାଟିଆ ସାଶନ କୁ ବିରୋଧ କରିବାରୁ ଦଳୀୟ କର୍ମୀ ଙ୍କ ସମେତ ଛାମୁଆ ନେତା ଏବଂ ଦୁଇ ବ୍ଲକ ସଭାପତି ରତିକାନ୍ତ ମିଶ୍ର ଏବଂ ସୁଶୀଲ କାନ୍ତ ରାଉତ ଙ୍କୁ ଅଣଦେଖା କରିଥିଲେ ବିଧାୟକ ,

ବିଧାୟକ ଙ୍କ ଉପରେ ଲାଗିରହିଥିବା ଅସନ୍ତୋଷ ଉଗ୍ରରୂପ ନେଇଥିଲା ଏବଂ ବିଧାୟକ ଙ୍କ ବିରୁଧରେ ନିଜର ଅସନ୍ତୋଷ ବ୍ୟକ୍ତ ଜାହିର କରି ଦଳ ଛାଡିବାକୁ ମନସ୍ତ କରିଥିବା ହଜାର ହଜାର କର୍ମୀଙ୍କୁ ବୁଝାଇଥିଲେ ପୁରୀ ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ I ତେବେ ଜୟନ୍ତ ସତ୍ୟବାଦୀର ସନ୍ତାନ ଏବଂ ପୁରୀ ବିଜେଡି ର ଜଣେ ଛାମୁଆ ନେତା ତଥା ଲୋକପ୍ରିୟ ନେତା ହେଇଥିବାରୁ ବିଜେଡି କର୍ମୀମାନେ ତାଙ୍କ ପ୍ରତି ନିଜର ଆସ୍ଥା ରଖିଥିଲେ I ଏବେ ଜୟନ୍ତ ଙ୍କୁ ସତ୍ୟବାଦୀର ବିଧାୟକ ଭାବେ ଦେଖିବାକୁ ଚାଁହୁଛନ୍ତି ଦଳୀୟ କର୍ମୀ I ଫଳରେ ଉମା ହଟାଓ ସତ୍ୟବାଦୀ ବଞ୍ଚାଓ ଆନ୍ଦୋଳନ ର ନାରା ଦେଇଛନ୍ତି ସତ୍ୟବାଦୀ ବାସି I

Leave a Reply

Your email address will not be published. Required fields are marked *