ଅଭିନନ୍ଦନ ଙ୍କୁ ନେଇ ଚଳଚିତ୍ର ନିର୍ମାଣ କରିବେ ସଞ୍ଜୟ ,ପ୍ରଥମ ପସନ୍ଦ ଅକ୍ଷୟ

ଏବେ ସାରା ବିଶ୍ୱରେ ଚର୍ଚ୍ଚା ଧରିଛି ପୁଲୱାମା ପ୍ରତିଶୋଧ ସର୍ଜିକାଲ ଷ୍ଟ୍ରାଇକ -2 I ଆତଙ୍କୀ ଙ୍କ ଉପରେ ବାୟୁସେନା ର ହମଲାରେ 300ରୁ ଉର୍ଧ ଆତଙ୍କବାଦୀ ନିହତ ହେଇଥିଲେ I ପ୍ରତିଶୋଧ ନେବାକୁ ପୁନର୍ବାର ପାକିସ୍ତାନ ଆକ୍ରମଣ କରିବା ସମୟରେ କମାଣ୍ଡର ଅଭିନନ୍ଦନ ଏକ ମିଗ ବିମାନ ନେଇ ପାକିସ୍ତାନ ର ଲଢୁଆ ବିମାନ କୁ ଧ୍ବଂସ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ପାକିସ୍ତାନ ରେ ଅବତରଣ ପରେ ସେନା ଙ୍କ ହାତରେ ଗିରଫ ହେଇଥିଲେ I ତଥାପି ନିଜର ଦମ୍ଭ ,ସାହସ ,ଦେଖାଇଥିଲେ ସତୃଦେଶ ରେ I ପାକିସ୍ତାନ ରେ ଦେଇଥିଲେ ଭାରତ ମା ର ନାରା I ଦୀର୍ଘ 56ଘଣ୍ଟା ପରେ ସ୍ବଦେଶ ଫେରିଥିଲେ ଅଭିନନ୍ଦନ କିନ୍ତୁ ଅଭିନନ୍ଦନ ଙ୍କ ସାହସ ,ଦେଶପ୍ରେମ ,ଆଗରେ ସାରା ଭାରତ ମଥାନତ କରିଥିଲା I

ସମସ୍ତ ହିନ୍ଦୁସ୍ତାନ ଙ୍କ ପାଇଁ ରାତାରାତି ହିରୋ ପାଲଟିଯାଇଥିଲେ କମାଣ୍ଡର ଅଭିନନ୍ଦନ I ପ୍ରଥମ ଥର ପାଇଁ ଜଣେ ସୈନିକ ଙ୍କ ପାଇଁ ସାରା ଦେଶ ପାଗଳ ହେଇଯାଇଥିଲା I ତେବେ ଅଭିନନ୍ଦନ ଙ୍କ ଏହି ରିଅଲ କାହାଣୀ କୁ ନେଇ ଚଳଚିତ୍ର ନିର୍ମାଣ କରିବେ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି I

ହାତରେ କାହାଣୀ ଥିବାବେଳେ,ଏପରି ଏକ ଚଳଚିତ୍ର ରେ ଅଭିନୟ କରିବାକୁ ପ୍ରାୟତ ସବୁ କଳାକାର ଅଭିନୟ କରିବାକୁ ଇଛୁକ ଥିବାବେଳେ ଅକ୍ଷୟ କୁମାର ଅଭିନନ୍ଦନ ଙ୍କ ସ୍ଥାନରେ ନେଇପାରନ୍ତି ବୋଲି ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *