ଇମ୍ରାନ ଖାନ୍ ସରକାରର ନୂଆ ଆକ୍ସନ ପ୍ଲାନ୍ : ସୀମାରେ ନୂଆ ଲାଇନ ଅଫ୍ କଣ୍ଟ୍ରୋଲ୍

ବାକାଲଟ ଆକ୍ରମଣ ତା ୧୦ ଦିନ ପରେ ଆକ୍ସନ ମୋଡ଼ କୁ ଆସିଛନ୍ତି ଇମ୍ରାନ୍ ଖାନ୍। ବେଆଇନ ଘୋଷିତ ଜୈଶ୍ ଇ ମହମ୍ମଦ ର ମୁଖ୍ୟ ମାସୁଦ୍ ର ଅଝାର ର ସମ୍ପର୍କୀୟ ଦୁଇ ଭାଇ ଅବଦୁଲ ରୋଫ୍ ହମ୍ମାନ୍ ଆଯାହର ଙ୍କ ସମେତ ୪୪ ଜଣଙ୍କୁ ଗିରଫ କରିଛି ପାକିସ୍ତାନ ର ସରକାର। ଦେଶରେ ବେଆଇନ ଘୋଷିତ ଆତଙ୍କି ସଂଗଠନ ର ସଦସ୍ୟ ମାନଙ୍କୁ ଧରିବା ପାଇଁ ଦୁଇ ସପ୍ତାହ ଧରି ଚେଷ୍ଠା ଚାଲିବ।

ଆତଙ୍କୀ ସଂଗଠନ କୁ ଧରିବା ପାଇଁ ତାହା ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ଥାନ ର ସରକାର ନ୍ୟାସନାଲ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏହି ନୀତି ଅନୁଯାୟୀ ପାକିସ୍ତାନ ମାଟି ରେ ସକ୍ରିୟ ଥିବା ସବୁ ବେଆଇନ ଅାତଙ୍କି ସଂଗଠନ ଉପରେ ସରକାର କଡା ନଜର ରଖିବେ। ଏହି କାର୍ଯ୍ୟ ଦୁଇ ସପ୍ତାହ ଧରି ଚାଲିବ। ବାକାଲଟ ରେ ଅଟଙ୍କି ଶିବିର ଉପରେ ଭାରତୀୟ ବାୟୁସେନା ର ଆକ୍ରମଣ ର ୧୦ ଦିନ ପରେ ପାକିସ୍ତାନ ର ସରକାର ଆତଙ୍କବାଦୀ ସଂଗଠନ ଉପରେ ନେଇଛନ୍ତି ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ଥାନ ର ଜମି କୁ କୌଣସିମତେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନ ର ଗୃହମନ୍ତ୍ରୀ ସାହରୀୟାର ଖାନ୍ ଆଫ୍ରିଦ୍।

ବକାଲଟ ରେ ଭାରତୀୟ ବାୟୁସେନା ର ଆକ୍ରମଣ ସୀମା ରେ ସୃଷ୍ଠି କରିଛି ନୂଆ ଲାଇନ୍ ଅଫ୍ କଣ୍ଟ୍ରୋଲ। ଆତଙ୍କୀ ଆଡ୍ଡା ଉପରେ ଭାରତ ର ବିମାନ ଆକ୍ରମଣ ଏବେ ନିଉ ନର୍ମାଲ। ଏବେ ଭାରତ ର କଡା କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୁଦ୍ଧ ରେ ନୁହଁ। ଲଢେଇ ଆତଙ୍କବାଦ ବିରୁଦ୍ଧରେ ବୋଲି ଭାରତ ସ୍ପଷ୍ଟ କରିଛି। ଆତଙ୍କବାଦ ର ମୂଳୋତ୍ପାଟନ ପାଇଁ ଭାରତ ବଦ୍ଧ ପରିକର। ଆତଙ୍କବାଦ ନିପାତ ଲଢେଇ ରେ କୌଣସି ଶକ୍ତି ଭାରତ କୁ ରୋକି ପ୍ରିବେ ନାହିଁ।

ଆତଙ୍କବାଦ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଇସଲାମବାଦ ଉପରେ କଡା ଚାପ ରହିଥିଲା। ତେବେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେ ସକ୍ରିୟ ଥିବା ଅତଙ୍କିସଂଗଠନ ଉପରେ କେତେ ପ୍ରଭାବ ପକେଇବା ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *