ଖିଲାଡି କୁମାରଙ୍କ ଫାୟାର ସୋ’ । ଦେହରେ ନିଆଁ ଲଗାଇ ର‌୍ୟାମ୍ପରେ ଚାଲିଲେ ବଲିଉଡର ଆକ୍ସନ ମ୍ୟାନ

ବଲିଉଡ୍ ରେ ନିଆରା ରାମ୍ପ ୱାକ୍।ଦେହରେ ପୁରା ନିଆଁ ଲଗାଇ ରାମ୍ପ ୱାକ୍ ରେ ନଜର ଆସିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର।ମୁମ୍ବାଇରେ ଏକ ଡିଜିଟାଲ ପ୍ଲାଟଫର୍ମ କର୍ଯ୍ୟକର୍ମରେ ଯୋଗ ଦେବା ଅବସରରେ ଅକ୍ଷୟଙ୍କୁ ଏଭଳି ଅବତାରରେ ଦେଖିବାକୁ ମିଳିଛି।ଷ୍ଟେଜ ଉପରେ ଯେତେବେଳେ ଅକ୍ଷୟ ଙ୍କୁ ଦେଖିବାକୁ ମିଳିଲା ସେତେବେଳେ ସେଠାରେ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବ୍ଲାକ କଲର ସୁଟରେ ନଜର ଆସିଥିଲେ ଅକ୍ଷୟ।ଏବଂ ନିଆଁ ରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ସୁଟ ଉପରେ ଏକ ଲେପ ମଧ୍ୟ ଦେଇଥିଲେ।ଜଣେ ଖତରନାକ ଷ୍ଟନ୍ଟ ମ୍ୟାନ ଭାବରେ ବେଶ୍ ଜଣାଶୁଣା ଅଟନ୍ତି ଅକ୍ଷୟ।ଏଭଳି ଦୁଇ ଥର ଷ୍ଟେଜ ଉପରେ ରାମ୍ପ ୱାକ୍ କରିଥିଲେ ଅକ୍ଷୟ।ବଲିଉଡ୍ ସହ ଅକ୍ଷୟ ଏବେ ଡିଜିଟାଲ ପ୍ଲାଟ୍ ଫର୍ମ ରେ ଯୋଗ ଦେବାକୁ ଯାଉଛନ୍ତି।

ଏକ ୱେବ୍ ସିରିଜ୍ ପାଇଁ ନିକଟରେ ସେ ସାଇନ ମଧ୍ୟ କରିଛନ୍ତି।ସେ ଏଥିପାଇଁ ତାଙ୍କର ସବୁ ଶ୍ରେୟ ତାଙ୍କ ପୁଅ ଆରବ୍ କୁ ଦେଇଛନ୍ତି।ଏବଂ ସେ କହିଛନ୍ତି ଆରବ ଯୋଗୁ ସେ ପ୍ରୋତ୍ସାହିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *