ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ର ଦାୟିତ୍ୱ ନେବେନି ଶିକ୍ଷକ

ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କମିଶନ ,ବିଦ୍ୟାଳୟ ରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର କହିବା ସହିତ ପ୍ରତି ଜିଲ୍ଲାରୁ କିଛି ପରିମାଣରେ ଖାଦ୍ୟ ସଂଗ୍ରହ କରି ପରୀକ୍ଷା କରି ଶିକ୍ଷକ ମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନୋଡାଲ ଅଫିସର ମାନଙ୍କୁ ନିର୍ଦେଶ ଦେଇଥିଲେ I ଏ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ସଂଘଠନ ଏହାକୁ ତୀବ୍ର ବିରୋଧ କରିବା ସହିତ ନିଜର ଦାବି ରଖିଛି କି ତୁରନ୍ତ ଖାଦ୍ୟ ପରୀକ୍ଷାର ପ୍ରଣାଳୀକୁ ସାର୍ବଜନୀନ କରାଯାଉ I ଏହା ସହିତ ସଂଘ କହିଛି କି ବିଦ୍ୟାଳୟ ରେ ଦିଆଯାଉଥିବା ଖାଦ୍ୟ ପାଇଁ ଚାଉଳ ବ୍ୟତୀତ ମିଲ୍‌ ପିଛା ହାରାହାରି ୪ଟଙ୍କା ୮୦ ପଇସା ଦିଆଯାଉଛି ଯାହାକି ଅତ୍ୟନ୍ତ କ୍ଷୋଭ ର କଥା I

ତେଣୁ ଏଥିରେ ପିଲାଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ ବରଂ ସେହି ଅର୍ଥ କୁ ଛାତ୍ରଛାତ୍ରୀ ଙ୍କ ଆକାଉଣ୍ଟସ କୁ ସିଧାସଳଖ ଦିଆଯାଉ I ଖାଦ୍ୟ ର ମାନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦଣ୍ଡିତ ନକରି ତୁରନ୍ତ ନିର୍ଦେଶନାମା ବାତିଲ କରାଯାଉ ନଚେତ ଆଗାମୀ ଦିନରେ କୌଣସି ବି ଶିକ୍ଷକ ବିଦ୍ୟାଳୟ ରେ ଦିଆଯାଉଥିବା ଖାଦ୍ୟ ପାଇଁ ସହଯୋଗ କରିବେ ନାହିଁ I

Leave a Reply

Your email address will not be published. Required fields are marked *