ଶ୍ରୀମନ୍ଦିରରେ ଇଣ୍ଡୋନେସିଆ ରାଜ ପରିବାର ହଟହଟା : ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ବାହାରେ ଠିଆ ହେଲେ ଦେଢ଼ ଘଣ୍ଟା

ଇଣ୍ଡୋନେସିଆ ବାଲି ଦୀପ ର କରଙ୍ଗାସେମ୍ ରାଜ ପରିବାର କୁ ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଢ଼ ଘଣ୍ଟା ମନ୍ଦିର ବାହାରେ ଛିଡ଼ା ହେବାକୁ ପଡ଼ିଛି। କରଙ୍ଗାସେମ ରାଜା ପ୍ରତିନିଧି ଗୁସ୍ତି ଆୟୁ ମାସ ସୁମତ୍ରୀ, ରାଜା ପରିବାର ର ଆଗୁସ ଇନ୍ଦ୍ର ଉଦୟନ, ମଦେ ସୌର୍ତାନ୍, ୱାୟାଁ ସରେ ଡିକା ପ୍ରମୁଖ ୭ ଦିନିଆ ଭାରତ ଗ୍ରସ୍ତ ରେ ଆସିଛନ୍ତି।

ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ଦଶ ମିନିଟ୍ ରେ ସମସ୍ତେ ଶ୍ରୀମନ୍ଦିର ସିଂହଦ୍ଵାର ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କିନ୍ତୁ ଶ୍ରୀମନ୍ଦିର ରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ତାଙ୍କ ପରିଚୟ ପଚରା ଯାଇଥିଲା। ଇଣ୍ଡୋନେସିଆ ର ଏହି ରାଜପରିବାର ନିଜ ପରିଚୟ ଦେବା ପାଇଁ ପାଖା ପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ସେମାନଙ୍କୁ ମନ୍ଦିର ପ୍ରବେଶ ର ଅନୁମତି ମିଳିଥିଲା। ମହାପ୍ରଭୁ ଙ୍କ ଦର୍ଶନ ପରେ ଏହି ରାଜ ପରିବାର କହିଛନ୍ତି, କଳିଙ୍ଗ ସହ ବାଲି ର ବହୁ ଘନିଷ୍ଟ ସମ୍ପର୍କ ରହିଛି।ଏ ଦୃଷ୍ଟି ରୁ ଓଡ଼ିଶା ଆମ ଘର ଭଳି।

କଟକ କୁ ସିଷ୍ଟର ସିଟି ଭାବରେ ମାନ୍ୟତା ଦେବା କୁ ନେଇ ଆସନ୍ତାକାଲି କଟକ ର ଜିଲ୍ଲାପାଳ ଙ୍କ ସହ ଆଲୋଚନା ର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ସମୟରେ ପୁରୀ କୁ ଏହି ମାନ୍ୟତା ଦିଆଯିବ ବୋଲି ସେ କହିଛନ୍ତି। ତାଙ୍କ ମତରେ ଏହାର ମୂଳ ଉଦ୍ଦେଶ୍ୟ ବାଲି ସହ ଓଡ଼ିଶା କୁ ନିବିଡ଼ କରିବା ଓ କଟକ ପୁରୀ ଭଳି ସ୍ଥାନ କୁ ବାଲି ର ପର୍ଯ୍ୟଟକ ସଂଖ୍ୟା ବଢାଇବା।

Leave a Reply

Your email address will not be published. Required fields are marked *