ସତ ଆସିଲା ସାମ୍ନା କୁ ,ପାକିସ୍ତାନ ରେ କମାଣ୍ଡର ଙ୍କୁ 56ଘଣ୍ଟାର ଦିଆଯାଇଥିଲା ନିର୍ଯାତନା

ଶତୃଦେଶ ରେ ବୀର ଯବାନ ଙ୍କ ପରାକ୍ରମ ଏବଂ ଦେଶପ୍ରେମ ର ନିଆରା ଦୃଶ୍ୟ ସାରା ବିଶ୍ୱ ଦେଖି ସ୍ତବ୍ଧ ହେଇଯାଇଥିଲା I କମାଣ୍ଡର ଙ୍କ ପାଇଁ ଗର୍ବ ଅନୁଭବ କରୁଥିଲେ ଭାରତୀୟ I ଯେଭଳି ଭାବରେ ବୀର ଦର୍ପରେ ପାକିସ୍ତାନ ମାଟିରେ ପାକ ଯବାନ ଙ୍କ ସହିତ ଜବାବ ରଖୁଥିଲେ ଯେ କେହି ବି ଭାରତୀୟ ଭାବେ ତାଙ୍କ ପ୍ରତି ଶ୍ରଦ୍ଧା ଏବଂ ଭଲପାଇବା ଅଜାଡି ଦେବ I ପାକିସ୍ତାନ ରେ ଧରାପଡ଼ିବା ପରେ ନିଜ ଭାରତମାତା ର ସୁରକ୍ଷା ପାଇଁ ତତକ୍ଷଣାତ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିଲେ

I ତେବେ ଭାରତ ଆସିବା ପରେ କମାଣ୍ଡର ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିୟମ ଅନୁଯାଇ ଭାରତୀୟ ବାୟୁସେନା ର ବରିଷ୍ଠ ଅଧିକାରୀ ଙ୍କ ଡି-ବ୍ରିଫିଙ୍ଗ ରେ କମାଣ୍ଡର ରଖିଛନ୍ତି ଚାଞ୍ଚଲ୍ୟକର ତଥ୍ୟ I ପାକିସ୍ତାନ ରେ ବିତାଇଥିବା 56ଘଣ୍ଟା ଥିଲା ତାଙ୍କ ପାଇଁ ନର୍କ ସହିତ ସମାନ I ତଥ୍ୟ ଆଦାୟ ପାଇଁ ପାକ ସେନା ତାଙ୍କୁ ନିସ୍ତୁକ ମାଡ ମାରିଥିଲେ ଏପରିକି ଶାନ୍ତିରେ ଶୋଇବାକୁ ମଧ୍ୟ ଦେଇନଥିଲେ I କମାଣ୍ଡର ରହୁଥିବା ନିକଟରେ ଅତି ଉଞ୍ଚ ସ୍ୱରରେ ମ୍ୟୁଜିକ ବଜାଉଥିଲେ I ଉଭୟ ଶାରୀରିକ ଏବଂ ମାନସିକ ଭାବେ କଷ୍ଟ ଦିଆଯାଇଥିଲା I

ଏତେ କଷ୍ଟ ପରେ ମଧ୍ୟ ନିଜର ଦମ୍ଭ ଏବଂ ସାହସ ହରାଇନଥିଲେ ଅଭିନନ୍ଦନ ,ଯେଉଁଥିପାଇଁ ସାରା ଦେଶ ତାଙ୍କ ପାଇଁ ପାଗଳ ହେଇଯାଇଥିଲା ଏପରିକି ପାକ ଗଣମାଧ୍ୟମ ମଧ୍ୟ ଅଭିଙ୍କ ବୀରତ୍ୱ ର କଥା ପ୍ରସାରଣ କରିଥିଲା ନିଜ ଖବରକାଗଜରେ I

Leave a Reply

Your email address will not be published. Required fields are marked *