ଦାମ ଙ୍କ ଦିଲ୍ଲୀ ଗସ୍ତ ,ବିଜେପି ରେ ମିଶିବା ନେଇ କରିପାରନ୍ତି ଘୋଷଣା

ବୈଜୟନ୍ତ ବିଜେପି ରେ ମିଶିବା ପରେ ବିଜେପି ତରଫରୁ ବୈଜୟନ୍ତ ଙ୍କୁ ଦିଆଯାଇଛି ସୁପର ପାୱାର I ଏବେ ଚର୍ଚା ଚାଲିଛି କି ବୈଜୟନ୍ତ ଙ୍କ ପରେ ଦାମ ରାଉତ ମଧ୍ୟ ବିଜେପି ରେ ମିଶିବେ Iଏନେଇ ପ୍ରଧାନମନ୍ତ୍ରୀ ଗ୍ରୀନ ସିଗ୍ନାଲ ଦେଇସାରିଛନ୍ତି I ବିଜେପି ପକ୍ଷରୁ ଦାମ ଙ୍କୁ ମନାଯାଉଛି I ଉପର ଲେଭେଲ ରେ ଡ଼ିଲ ଫାଇନାଲ ପରେ ବିଜେପି ରେ ମିଶିବା ନେଇ ଘୋଷଣା କରିବେ ଦାମ I

ତେବେ ଏପରି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଅକସ୍ମାତ ଦାମ ଙ୍କ ଦିଲ୍ଲୀ ଗସ୍ତ ସମସ୍ତଙ୍କୁ ବାଧ୍ୟ କରିଛି ଘଟଣାରେ ସତ୍ୟତା ଥିବା I ବିଜେଡି ରେ ଦୁର୍ନୀତି ବିରୁଧରେ ସ୍ୱର ଉତ୍ତୋଳନ କରି ବିଦା ହେଇଥିବା ଦାମ ରାଉତ ବ୍ରଜ ତ୍ରିପାଠୀ ଙ୍କ ସମତା କ୍ରାନ୍ତି ଦଳରେ ମିଶିଥିଲେ ମଧ୍ୟ ବିଜୁ ନାମକୁ ନେଇ ଦୁହିଁଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲା I ତେବେ ପ୍ରାପ୍ତ ସୂଚନା ଅନୁଯାଇ ଆଜି ଦାମ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ,କୁହାଯାଉଛି କି ଦଳୀୟ ହାଇକମାଣ୍ଡ ଙ୍କ ସହିତ ଆଲୋଚନା ପରେ ଦାମ ବିଜେପି ରେ ମିଶିବା ନେଇ ଘୋଷଣା କରିପାରନ୍ତି I ତେବେ ଏନେଇ ଦାମ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି I

Leave a Reply

Your email address will not be published. Required fields are marked *