ବୈଜୟନ୍ତ ଙ୍କ ପରେ ବିଜେପି ରେ ମିଶିବେ ଦାମ ,ପଦ୍ମ ଧରିବାକୁ ଚାଲିଛି ପ୍ରସ୍ତୁତି

ନିକଟରେ ବିଜେପିରେ ବୈଜୟନ୍ତ ମିଶିବା ପରେ ,ବୈଜୟନ୍ତ ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି Iବିଜେଡି ରେ ପାଣ୍ଡିଆନ ଙ୍କ ବିରୁଧରେ କହି ଏକଘରକିଆ ହେଇଥିବା ବୈଜୟନ୍ତ ବିଜେଡି ଛାଡିବା ପରେ ଦୀର୍ଘ 9ମାସ ପରେ ବିଜେପି ର ଦିଲ୍ଲୀ କାର୍ଯ୍ୟାଳୟ ରେ ଯୋଗ ଦେଇଛନ୍ତି Iବୈଜୟନ୍ତ ଙ୍କ ଯୋଗଦାନ ପରେ ବିଜେପି କର୍ମୀ ମଧ୍ୟ ବୈଜୟନ୍ତ ଙ୍କୁ ଗ୍ରହଣ କରିନେଇଛନ୍ତି ଯାହାର କି ଝଲକ ଭୁବନେଶ୍ୱର ରେ ସ୍ୱାଗତ ସମୟରେ ଦେଖିବାକୁ ମିଳିଥିଲା I ତେବେ ବୈଜୟନ୍ତ ଙ୍କ ଯୋଗଦାନ ପରେ ଏବେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି I

ବିଜେଡି ଦଳରେ ଥାଇ ମଧ୍ୟ ଯେଭଳି ଭାବରେ ବିଜେଡି କୁ ବିରୋଧ କରିଥିଲେ ଏବଂ ଦୁର୍ନୀତି ର ଗୁମର ଖୋଲିଥିଲେ ,ଦାମଙ୍କ ଲୋକପ୍ରିୟତା ଯଥେଷ୍ଟ ବଢିଥିଲା I ଏହି ଲୋକପ୍ରିୟତା କୁ ଏବେ କାର୍ଯ୍ୟ ରେ ଲଗାଇବାକୁ ଲାଗିପଡ଼ିଚି ବିଜେପି Iଆଗକୁ ନିର୍ବାଚନ ଆସୁଥିବାରୁ ଦିଲ୍ଲୀ ର ଉପରମହଲା ରୁ ଦାମ ଙ୍କୁ ମିଶାଇବକୁ ଗ୍ରୀନ ସିଗ୍ନାଲ ମିଳିଛି I

ମିଳିଥିବା ସୂଚନା ଅନୁଯାଇ ଦାମୋଦର ରାଉତ ଙ୍କୁ ବିଜେପି ରେ ମିଶାଇବକୁ ଦଳର ଦୁଇଜଣ ହେଭି ୱେଟ ନେତା ଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଦୁହେଁ ଦାମ ଙ୍କୁ ବୁଝାଇବାରେ ଲାଗିପଡିଛନ୍ତି

I ଏମିତିରେ ଦେଖିବାକୁ ଗଲେ ଦାମ ସବୁବେଳେ ବିଜେପି ଏବଂ ଧର୍ମେନ୍ଦ୍ର ଙ୍କୁ ବିରୋଧ କରନ୍ତି ତେବେ ଧର୍ମେନ୍ଦ୍ର ତାଙ୍କୁ ପିତାତୁଲ୍ୟ କହି ପ୍ରସଂଶା କରିବାର ମଧ୍ୟ ଏକ ସମାବେଶ ରେ ଦେଖିବାକୁ ମିଳିଥିଲା I ତେବେ ସେ ଯାହାବି ହେଉ ନବୀନ ଙ୍କୁ ପାନେ ଦେବାକୁ ବିଜେପି ରେ ସାମିଲ ହେବାକୁ ମନ ସ୍ଥିର କରିଥିବା ସୂଚନା ମିଳିଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଦାମ I

Leave a Reply

Your email address will not be published. Required fields are marked *